ସ୍ତ୍ରୀକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ସ୍ୱାମୀ

ସାଲେପୁର(ମନୋଜ ଆଚାର୍ଯ୍ୟ):ସାମାନ୍ୟ କଥାରୁ ଆରମ୍ଭ ହୋଇଥିବା ଘରୋଇ କଳି ଶେଷରେ ଉଗ୍ର ରୂପ ଧାରଣ କଲା। ପତ୍ନୀକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ସ୍ୱାମୀ। କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଜ୍ୱାଇଁର ସାଇକେଲକୁ ନେଇ ବନ୍ଧା ପକାଇ ଦେଇଥିଲେ ଅଭିଯୁକ୍ତ ଧୀର ମଳିକ । ଆଉ ମଦ ପିଇ ଏହି ଟଙ୍କାକୁ ଖର୍ଚ୍ଚ କରି ଦେଇଥିଲେ। ଫଳରେ ସାଇକେଲ୍ ପାଇଁ ଝିଅକୁ ଶାଶୁଘର […]

salepur-2--1

salepur-2--1

Niharika Rout
  • Published: Thursday, 19 March 2020
  • Updated: 19 March 2020, 01:27 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ):ସାମାନ୍ୟ କଥାରୁ ଆରମ୍ଭ ହୋଇଥିବା ଘରୋଇ କଳି ଶେଷରେ ଉଗ୍ର ରୂପ ଧାରଣ କଲା। ପତ୍ନୀକୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ସ୍ୱାମୀ। କଟକ ଜିଲ୍ଲା ସାଲେପୁର ଥାନା ଫୋଗଳ ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଜ୍ୱାଇଁର ସାଇକେଲକୁ ନେଇ ବନ୍ଧା ପକାଇ ଦେଇଥିଲେ ଅଭିଯୁକ୍ତ ଧୀର ମଳିକ । ଆଉ ମଦ ପିଇ ଏହି ଟଙ୍କାକୁ ଖର୍ଚ୍ଚ କରି ଦେଇଥିଲେ। ଫଳରେ ସାଇକେଲ୍ ପାଇଁ ଝିଅକୁ ଶାଶୁଘର ଲୋକେ ହଇରାଣ କରୁଥିଲେ। ଏହାକୁ ନେଇ ଉଭୟ ଧୀର ଓ ତାଙ୍କ ପତ୍ନୀ କୁନିଲତା ମଳିକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହୁଥିଲା। ଶେଷରେ ଆଜି ଏହା ଉଗ୍ର ରୂପ ଧାରଣ କରିବାରୁ ପତ୍ନୀକୁ ଘର ନିକଟ ଏକ ଗଛରେ ସ୍ୱାମୀ ବାନ୍ଧି ପକାଇବା ସହ ନିସ୍ତୁକ ମାଡ଼ ମାରିଥିଲେ ଧୀର। ଏହାଦେଖି ପ୍ରତିବାଦ କରିଥିଲେ ପଡ଼ୋଶୀ।

ସ୍ୱାମୀ ଗଛରେ ବାନ୍ଧି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରୁଥିଲେ ବୋଲି କୁନିଲତା ଅଭିଯୋଗ କରିଛନ୍ତି। ଯାହାର ଭିଡ଼ିଓ ଭାଇରାଲ୍ ହେବା ପରେ ସାଲେପୁର ଥାନା ପୁଲିସ୍‌ ଅଭିଯୁକ୍ତ ସ୍ୱାମୀକୁ ଉଠାଇ ନେଇଛି। ଏହାସହ କୁନିଲତାଙ୍କୁ ମଧ୍ୟ ଚିକିତ୍ସା ନିମନ୍ତେ ସାଲେପୁର ମେଡିକାଲ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos