ଯିଏ ମଥାରେ ସିନ୍ଦୂର ଦେଇଥିଲା, ସିଏ ହିଁ ତଣ୍ଟି ଚିପି ଦେଲା, ବର୍ଷେ ପରେ ମିଳିଲା ଚୁଡ଼ି ଓ ହାଡ଼

କେନ୍ଦୁଝର(ପ୍ରଣୟ ପାଣି):କଥା ଦେଇଥିଲା ସାତ ଜନ୍ମ ସାଥୀ ହୋଇ ରହିବ ବୋଲି, ଯେତେ ଝଡ଼ଝଞ୍ଜା ଆସିଲେ ବି ହାତ ଛାଡ଼ିବ ନାହିଁ ବୋଲି ବି କହିଥିଲା। ଯାହା ପ୍ରେମରେ ପଡ଼ି ଯୁବତୀଟି ନିଜ ଘରଦ୍ୱାରା ଛାଡ଼ିଦେଲା, ଶେଷରେ ସେଇ ସ୍ୱାମୀ ହିଁ ଜୀବନ ନେଇଗଲା। ଯାହା ମଥାରେ ସିନ୍ଦୂର ଦେଇ ଜନ୍ମ ଜନ୍ମ ପାଇଁ ନିଜର କରିଥିଲା , ସାମାନ୍ୟ ରାଗ ଯୋଗୁ ତଣ୍ଟି ଚିପି ତା’ର ଜୀବନ ନେଇଗଲା। ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟିବାର ବର୍ଷେ […]

bride

bride

Niharika Rout
  • Published: Saturday, 13 November 2021
  • Updated: 13 November 2021, 08:42 AM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି):କଥା ଦେଇଥିଲା ସାତ ଜନ୍ମ ସାଥୀ ହୋଇ ରହିବ ବୋଲି, ଯେତେ ଝଡ଼ଝଞ୍ଜା ଆସିଲେ ବି ହାତ ଛାଡ଼ିବ ନାହିଁ ବୋଲି ବି କହିଥିଲା। ଯାହା ପ୍ରେମରେ ପଡ଼ି ଯୁବତୀଟି ନିଜ ଘରଦ୍ୱାରା ଛାଡ଼ିଦେଲା, ଶେଷରେ ସେଇ ସ୍ୱାମୀ ହିଁ ଜୀବନ ନେଇଗଲା। ଯାହା ମଥାରେ ସିନ୍ଦୂର ଦେଇ ଜନ୍ମ ଜନ୍ମ ପାଇଁ ନିଜର କରିଥିଲା , ସାମାନ୍ୟ ରାଗ ଯୋଗୁ ତଣ୍ଟି ଚିପି ତା’ର ଜୀବନ ନେଇଗଲା। ଏପରି ବିଭତ୍ସ ହତ୍ୟାକାଣ୍ଡ ଘଟିବାର ବର୍ଷେ ପରେ ପଦାକୁ ଆସିଲା। ଧରା ପକାଇଦେଲା ଚୁଡ଼ି ଓ ହାଡ଼ । ଏଭଳି ଅଭାବନୀୟ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ଘଟିଛି ।

ସୂଚନା ଅନୁଯାୟୀ, ଉପର କାଦକଳା ଗାଁର ଚକ୍ରଧର ଘଣା ଓ ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ମାତ୍ର ଉଭୟ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କୁ ଚକ୍ରଧରଙ୍କ ପରିବାର ଗ୍ରହଣ କଲେ ନାହିଁ। ଏହାପରେ ଦୁହେଁ ଘର ଦ୍ଵାର ଛାଡ଼ି ପ୍ରଥମେ କଟକ ଓ ପରେ ମୟୂରଭଞ୍ଜ ଜିଲ୍ଲା ଯଶୀପୁରଠାରେ ରହୁଥିଲେ ।

[caption id="attachment_691422" align="aligncenter" width="650"]arrest ଗିରଫ ବ୍ୟକ୍ତି ।[/caption]

ହେଲେ, ଗତ ଜୁଲାଇ ମାସରେ ଚକ୍ରଧର ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କର ସନ୍ଦେହ ବଢିଥିଲା । ଝିଅ କେଉଁଠି ବୋଲି ପଚାରି ପଚାରି ମଧ୍ୟ ଚକ୍ରଧରଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇପାରି ନ ଥିଲେ। ଏହାପରେ ସନ୍ଦେହ ହେବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ ନବାତଙ୍କ ପରିବାର ।

ଗତ କିଛି ଦିନ ହେବ ଥାନାରେ ଚକ୍ରଧରଙ୍କୁ ପଚରାଉଚୁରା କରିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଯୋଗୁ  ତଣ୍ଟି ଚିପି ନବାତଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ପ୍ରଥମେ ତାଙ୍କୁ  ଜୁଡ଼ିଆ ଘାଟିକୁ ନେଇଥିଲେ। ଏହାପରେ ସେଠାରେ ତଣ୍ଟି ଚିପି ପୋତି ଦେଇଥିଲେ ବୋଲି ପୁଲିସ୍‌ ସମ୍ମୁଖରେ ସ୍ୱୀକାର କରିଛନ୍ତି ଚକ୍ରଧର।

ଏହାପରେ ପୁଲିସ୍‌ ଗତକାଲି ଜୁଡ଼ିଆ ଘାଟିରେ ତଲାସୀ ଆରମ୍ଭ କରି ମୃତଦେହ ପୋତା ଯାଇଥିବା ସ୍ଥାନକୁ ଖୋଳିଥିଲା। ଏହାପରେ ସେଠାରୁ ନବାତଙ୍କ ହାଡ ଓ ଚୁଡ଼ି ଆଦି ଠାବ କରିଛି ପୁଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଫରେନସିକ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କାର୍ଯ୍ୟ ସାରିଛନ୍ତି । ଏହାପରେ ଚକ୍ରଧରଙ୍କୁ ପୁଲିସ୍‌ ନିଜ ହେପାଜତକୁ ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos