ସ୍ତ୍ରୀ ଦେଲେ ଏମିତି ସକ୍‌, ଜୀବନ ହାରିଲେ ସ୍ୱାମୀ

କୋରାପୁଟ(ସ୍ୱର୍ଯ୍ୟ ନାରାୟଣ ପଣ୍ଡା):ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହାସହ ବାଦଲଙ୍କ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଆସି ସ୍ୱାମୀଙ୍କ ମୃତଦେହକୁ ରୀତିନୀତି ଅନୁଯାୟୀ ସମ୍ମାନ ନଦେଲେ ସେଠାରୁ ମୃତଦେହ ନେବେ ନାହିଁ ବୋଲି ସ୍ଥାନୀୟ ଲୋକେ ଜିଦ ଧରିଛନ୍ତି । ତେବେ ଏହି ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।