ଆଇଆଇଏମ କ୍ୟାମ୍ପସ୍ ପ୍ରସଙ୍ଗ: ଦିଲ୍ଲୀ ଯିବେ ଦୁଇ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ଆଇଆଇଏମ ସ୍ଥାୟୀ ଓ ଅସ୍ଥାୟୀ କ୍ୟାମ୍ପସ୍ ପ୍ରସଙ୍ଗରେ ରାଜ୍ୟ ପକ୍ଷରୁ ସ୍ପଷ୍ଟୀକରଣ ଦେବାକୁ ଆସନ୍ତାକାଲି ଦିଲ୍ଲୀ ଯିବେ ଦୁଇ ବିଭାଗୀୟ ବରିଷ୍ଠ ଅଧିକାରୀ। ବୈଷୟିକ ଶିକ୍ଷା ଓ ତାଲିମ୍ ସଚିବ ଏବଂ ନିର୍ଦ୍ଦେଶକ ଦିଲ୍ଲୀ ଯାଇ ରାଜ୍ୟପକ୍ଷରୁ ସ୍ପଷ୍ଟୀକରଣ ରଖିବେ ବୋଲି ବିଭାଗୀୟ ମନ୍ତ୍ରୀ ସଂଜୟ ଦାସ ବର୍ମା ସୂଚନା ଦେଇଛନ୍ତି।