ମୁଁ କାନ ଧରି ଉଠ୍‌ବସ୍‌ ହେଉଛି, କାଲିଠାରୁ ଘରୁ ବାହାରିବିନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ର ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରାଯାଉଛି। ‘କରୋନା’ ଭୟାବହତାକୁ ନେଇ ବୁଝିବା ଲୋକ ବୁଝିଯାଉଛନ୍ତି। ହେଲେ ଅବୁଝା ଲୋକଙ୍କୁ କିଏ ବୁଝାଇବ? ସରକାରଙ୍କ ଲକ୍‌ ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଘଂନ କରି ରାସ୍ତାରେ ବୁଲୁଛନ୍ତି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଓ ସବୁ ସହରରେ ଦେଖିବାକୁ ମଳିଛି ଏଭଳି ଦୃଶ୍ୟ। ଆଉ ଅମାନିଆ ଅବୋଲକରାଙ୍କୁ ସାବାଡ଼ […]

lockdown

lockdown

Manoranjan Sial
  • Published: Wednesday, 25 March 2020
  • Updated: 25 March 2020, 09:05 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ର ମୁକାବିଲା ପାଇଁ ଭାରତ ସରକାର ସମଗ୍ର ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରାଯାଉଛି। ‘କରୋନା’ ଭୟାବହତାକୁ ନେଇ ବୁଝିବା ଲୋକ ବୁଝିଯାଉଛନ୍ତି। ହେଲେ ଅବୁଝା ଲୋକଙ୍କୁ କିଏ ବୁଝାଇବ? ସରକାରଙ୍କ ଲକ୍‌ ଡାଉନ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଘଂନ କରି ରାସ୍ତାରେ ବୁଲୁଛନ୍ତି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ଓ ସବୁ ସହରରେ ଦେଖିବାକୁ ମଳିଛି ଏଭଳି ଦୃଶ୍ୟ। ଆଉ ଅମାନିଆ ଅବୋଲକରାଙ୍କୁ ସାବାଡ଼ କରିବା ପାଇଁ ପିଟିଥିଲା ପୁଲିସ। ଖାଲି ସେତିକି ନୁହେଁ, କେଉଁଠି ଉଲ୍ଲଘଂନକାରୀଙ୍କୁ ପୁଲିସ କାନ ଧରି ଉଠ୍‌ ବସ୍‌ କରାଉଛି ତ ଆଉ ପଚାରି ଝାଳ ବୁହାଇ ଦେଉଛି। କାନ ଧରି ଉଠ୍‌ବସ୍‌ ହେବା ପରେ ଉଲ୍ଲଘଂନକାରୀ କରୁଛନ୍ତି, କାଲିଠାରୁ ଘରୁ ବାହାରିବୁନି।

 କୌଣସି ଜରୁରୀ କାମ ନଥାଇ ବାଇକରେ ଘେରାଏ ବୁଲିବାକୁ ବାହାରିଥିବା ଯୁବକଙ୍କ ପ୍ରତି କଠୋର ହୋଇଛି ପୁଲିସ। କିଛି ସ୍ଥାନରେ ଗାଡ଼ି ଜବତ କରାଯିବା ସହ ଖିଲାପକାରୀଙ୍କୁ ଗିରଫ କରାଯାଇଛି। କନ୍ଧମାଳ ବାଲିଗୁଡ଼ାରେ ଏଭଳି ପ୍ଲାକାର୍ଡ ଧରାଇ ଫଟୋ ଉଠାଇଥିଲା ପୁଲିସ। ଯେଉଁଥିରେ ଲେଖାଥିଲା “ମୁଁ ଗୋଟିଏ ସ୍ୱାର୍ଥପର। ମୋ ବୁଲିବା ଚକ୍କରରେ ମୁଁ ସମାଜକୁ ବିପଦକୁ ଠେଲିପାରେ। ଆଉ ଏଥିପାଇଁ ଅନୁତପ୍ତ ବି ନୁହେଁ।”

ବାଲେଶ୍ୱର-ଭଦ୍ରକରୁ ଗଞ୍ଜାମ-ଗଜପତି ଯାଏଁ; ପୁରୀ, କଟକ ଓ ଭୁବନେଶ୍ୱରରୁ ସମ୍ବଲପୁର ଏବଂ ରାଉରକେଲାରୁ ବଲାଙ୍ଗିର ଯାଏଁ ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ଲକ୍‌ଡାଉନ। ସବୁଠି ତାଲା ଝୁଲିଛି। ରାସ୍ତାଘାଟ ଖାଁଖାଁ ଦେଖିବାକୁ ମିଳୁଛି। ଲୋକଙ୍କୁ ଘରୁ ନବାହାରିବାକୁ ପୁଲିସର ପ୍ରଚାର ସାଙ୍ଗକୁ ଦେଖିବାକୁ ମିଳିଥିଲା ଘନଘନ ପଇଁତରା। ଛକଛକରେ ନାକାବନ୍ଦୀ କରି ଯାଆସ କରୁଥିବା ଲୋକଙ୍କୁ ଘରୁ ବାହାରିବାର କାରଣ ପଚାରିଥିଲା।

ସେପଟେ କଟକ ସଦର ତହସିଲଦାର ବୟାଳିଶ ମଉଜାରେ ମୁଖ୍ୟମନ୍ତ୍ରୀଙ୍କ ‘ମୋ ଜୀବନ’ କାର୍ଯ୍ୟକ୍ରମ ଅନୁସାରେ ଲୋକଙ୍କୁ ଶପଥ ପାଠ କରାଯାଇଥିଲା। ଘରୁ ନବାହାରିବା ପାଇଁ ଲୋକମାନେ ନିଜ ପିଲାଛୁଆ ଓ ବାପାମାଆଙ୍କୁ ନାଁରେ ଶପଥ ନେଇଥିଲେ। ତେବେ ବିଭିନ୍ନ ବାହାନା କରି ରାସ୍ତାକୁ ବାହାରୁ ଥିବା ଲୋକଙ୍କ ବିରୋଧରେ ଆଗକୁ ଆହୁରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି କମିଶନରେଟ ପୁଲିସ।

ଖାଲି ରାସ୍ତାଘାଟ ନୁହେଁ, ବିଭିନ୍ନ ହାଟ ବଜାରରେ ମଧ୍ୟ ବ୍ୟବସାୟୀ ଓ ଗ୍ରାହକଙ୍କୁ ତାଗିଦ କରିଛି ପୁଲିସ। ପ୍ରାୟ ସବୁ ଜିଲ୍ଲାରେ ହାଟ ଖୋଲିବା ଓ ବନ୍ଦ ହେବାର ସମୟ ନିର୍ଘଣ୍ଟ ହୋଇଥିବାରୁ ତାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଓ ଗହଳି ନକରିବାକୁ କୁହାଯାଇଛି। ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ତେଜରାତି ଦୋକାନ ଓ ଅଗ୍ରୀମ ଭତ୍ତା ବଣ୍ଟନ କେନ୍ଦ୍ର ଆଗରେ ଲୋକଙ୍କ ମଧ୍ୟରେ ଦୂରତା ରକ୍ଷାକୁ ବି ଗୁରୁତ୍ୱ ଦିଆଯାଇଥିଲା। ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗୋଲ ବୁଲାଇ, ତାରି ଭିତରେ ଜଣେ ଜଣେ କରି ଧାଡ଼ିରେ ଠିଆ ହେବାକୁ ଲୋକଙ୍କୁ କୁହାଯାଇଥିଲା। ତେବେ ଏହି ଲକ୍‌ଡାଉନ ବେଳେ ତେଜରାତି ଓ ଔଷଧ ଦୋକାନ, ପେଟ୍ରୋଲ ପମ୍ପ ଓ ବ୍ୟାଙ୍କ ଆଦି ସରକାରଙ୍କ ନିୟମ ମୁତାବକ ଖୋଲା ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story