ସରକାର ନିସ୍ତେଜ, ଏବେ ଜିଲ୍ଲାପାଳ ହିଁ ଭରସା

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇ ବାହାବା ସାଉଁଟିଥିବା ନବୀନ ପଟ୍ଟନାୟକ ସରକାର ଦେହରେ ଏବେ ଦୁର୍ନୀତିର ଛିଟା। କରୋନା ମୁକାବିଲା ପାଇଁ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତାର ଦସ୍ତାବିଜ୍ ଦାଣ୍ଡରେ ପଡ଼ି ହାଟରେ ଗଢ଼ୁଥିଲେ ବି ନିଜର କିଛି ଅଫିସର ଓ ନେତାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏବେ ‘ଦୁର୍ନୀତିରୂପକ ବିଷ’କୁ ବି ହଜମ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ଦୁର୍ନୀତିର […]

naveen-patnik

naveen-patnik

Manoranjan Sial
  • Published: Tuesday, 09 June 2020
  • Updated: 09 June 2020, 10:01 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଅନେକ ଆଖିଦୃଶିଆ ପଦକ୍ଷେପ ନେଇ ବାହାବା ସାଉଁଟିଥିବା ନବୀନ ପଟ୍ଟନାୟକ ସରକାର ଦେହରେ ଏବେ ଦୁର୍ନୀତିର ଛିଟା। କରୋନା ମୁକାବିଲା ପାଇଁ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତାର ଦସ୍ତାବିଜ୍ ଦାଣ୍ଡରେ ପଡ଼ି ହାଟରେ ଗଢ଼ୁଥିଲେ ବି ନିଜର କିଛି ଅଫିସର ଓ ନେତାଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଏବେ ‘ଦୁର୍ନୀତିରୂପକ ବିଷ’କୁ ବି ହଜମ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ଦୁର୍ନୀତିର ଅଭିଯୋଗ ଆସିବାପରେ ଅଚାନକ ନିଜର ବ୍ଲୁ-ଆଏଡ୍ ଅଫିସର ଟିମକୁ କରୋନା ମୁକାବିଲା ଦାୟିତ୍ୱରୁ ହଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିବା ରାଜ୍ୟ ସରକାର ଅନିୟମିତତାର ଭୟଙ୍କର ଚିତ୍ର ଦେଖି ଏବେ ନିରବ ରହିବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏବେ ଜିଲ୍ଲାପାଳମାନେ ହିଁ କୋଭିଡ୍ ପରିଚାଳନା ଭାର ମୁଣ୍ଡାଇ ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବାର ଦାୟିତ୍ୱ ନେଇଛନ୍ତି।

ସୂଚନା ଅନୁସାରେ, କରୋନା ସଂକ୍ରମଣ ଓ ଏହାର ମୁକାବିଲା ପାଇଁ ମାର୍ଚ୍ଚ ୧୩ ତାରିଖରେ ବିଧାନସଭାର ବଜେଟ୍ ଅଧିବେଶନକୁ ଅଚାନକ ଅଧାରୁ ବନ୍ଦ କରି ରାଜ୍ୟ ସରକାର ସେହିଦିନ ୫ଜଣିଆ କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ଗଠନ ଓ ମାର୍ଚ୍ଚ ୨୧ରେ ରାଜ୍ୟସ୍ତରୀୟ ଜରୁରୀ କ୍ରୟ କମିଟି ଗଢ଼ିଥିଲେ। ଏହାସହିତ ରାଜ୍ୟସ୍ତରରେ ୩୦ରୁ ଅଧିକ ବରିଷ୍ଠ ଆଇଏଏସ୍ ଓ ଓଏଏସ ଅଫିସରଙ୍କୁ କରୋନା ମୁକାବିଲା ପାଇଁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଥିଲେ। ଏପରିକି ସରପଂଚଙ୍କୁ ‘ଜିଲ୍ଲାପାଳ’ କ୍ଷମତା, ପିପିପି ମୋଡରେ ୩୪ଟି କୋଭିଡ୍ ହସ୍ପିଟାଲ, ପ୍ରାୟ ୧୫ହଜାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭଳି ଆଗୁଆ ପଦକ୍ଷେପ ସରକାରଙ୍କୁ ଜାତୀୟସ୍ତରରେ ପ୍ରଶଂସାର ପାତ୍ର କରିଥିଲା। କିନ୍ତୁ କରୋନା ସାମଗ୍ରୀ ଯଥା ମାସ୍କ, ପିପିଇ କିଟ୍ , ପିସିଆର ମେସିନ୍ , ଟେଷ୍ଟିଂ କିଟ୍ ଆଦି କ୍ରୟରେ ଅନିୟମିତତା ହିଁ ସରକାରଙ୍କ ସ୍ୱଚ୍ଛତା ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନହେବା ପରୋକ୍ଷରେ ସରକାରଙ୍କ ବିଶ୍ୱସନୀୟତାକୁ ସଙ୍କଟରେ ପକାଇଛି।

ଅନିୟମିତା ଅଭିଯୋଗ ଆସିବା ପରେ ଜୁନ୍ ପହିଲାରେ ପ୍ରୋକ୍ୟୁରମେଣ୍ଟ କମିଟିର ମୁଖ୍ୟ ହେମନ୍ତ ଶର୍ମା ଓ ଜୁନ୍ ୫ତାରିଖରେ ଅନ୍ୟ ୯ଜଣ ବରିଷ୍ଠ ଆଇଏଏସଙ୍କୁ ସରକାର ଦାୟିତ୍ୱମୁକ୍ତ କରିଥିଲେ। ସରକାରଙ୍କ ଏହି ଦାୟିତ୍ୱମୁକ୍ତ ପଦକ୍ଷେପକୁ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭାବେ ଗଣମାଧ୍ୟମ ଚିତ୍ରଣ କରିବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ କୋଭିଡ୍ ମୁଖପାତ୍ର ସୁବ୍ରତୋ ବାଗଚୀ ଉଭୟ ଏହାକୁ ଫାଙ୍କି ଦେଇଥିଲେ । କୌଣସି ଅନିୟମିତତା ହୋଇନି ବୋଲି ଦର୍ଶାଇ ଶ୍ରୀ ବାଗଚୀ ଏହି ପ୍ରଶାସନିକ ଅଦଳବଦଳକୁ ପରିସ୍ଥିତିର ଆବଶ୍ୟକତା କହି ଅନିୟମିତତା ଅଭିଯୋଗ ଆସିଥିବା ଅଫିସରଙ୍କୁ ଘଣ୍ଟ ଘୋଡ଼ାଇବାକୁ ପ୍ରୟାସ କରିଥିଲେ। କୋଭିଡ୍ ଯୁଦ୍ଧ ଲମ୍ବା ଓ ଜଟିଳ। ଏହାର ଭିନ୍ନ ପର୍ଯ୍ୟାୟକୁ ଆଖି ଆଗରେ ରଖି ଯୁଦ୍ଧ ଆରମ୍ଭରୁ ରଣନୀତି ହିସାବରେ ଏହି ଅଫିସରମାନଙ୍କୁ କୋଭିଡ୍ ପରିଚାଳନାର ଦାୟିତ୍ୱ ଦିଆଯାଇଥିଲା। ଏବେ ସମ୍ପୃକ୍ତ ଅଫିସରମାନଙ୍କୁ ସେମାନଙ୍କ ବିଭାଗୀୟ ଦାୟିତ୍ୱକୁ ଫେରାଇ ନନେଲେ ଅସୁବିଧା ପହଂଚିବ।

କୋଭିଡ୍ ପରିଚାଳନା ପାଇଁ ରଣକ୍ଷେତ୍ରକୁ ନୂଆ ଯୋଦ୍ଧାଙ୍କୁ ନଆଣିଲେ ସମସ୍ତେ କ୍ଲାନ୍ତ ହୋଇପଡ଼ିବେ ବୋଲି କହିଥିଲେ। କିନ୍ତୁ ଇତିମଧ୍ୟରେ ୫ଦିନ ବିତିଗଲାଣି, କୋଭିଡ୍ ପରିଚାଳନା ପାଇଁ ରାଜ୍ୟସ୍ତରରେ ନୂଆ ଯୋଦ୍ଧା (ପ୍ରଶାସନିକ ଅଫିସର)ଙ୍କୁ ଆଗକୁ ଆଣିବାକୁ ସରକାର ଆଗ୍ରହ ଦେଖାଇନାହାନ୍ତି। କରୋନା ସାମଗ୍ରୀ କିଣା ଅନିୟମିତତା ଅଭିଯୋଗ ଆସିବାପରେ ଜିଲ୍ଲାସ୍ତରରେ ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକ (ବରିଷ୍ଠ ଅଫିସର)ଙ୍କୁ ମଧ୍ୟ ଦୂରେଇ ରଖାଯାଇଛି। ଏପରିକି କ୍ଷମତାପ୍ରାପ୍ତ ମନ୍ତ୍ରିସ୍ତରୀୟ କମିଟି ମଧ୍ୟ ଗତ ଦୁଇ ସପ୍ତାହ ଧରି କୌଣସି ବୈଠକ କରିନାହିଁ। ଓଲଟା ଜିଲ୍ଲାପାଳମାନଙ୍କ ଭରସାରେ ବସି ‘କରୋନା’ ମୁକାବିଲା ପାଇଁ ସରକାର ବାଟ ଖୋଜୁଛନ୍ତି। ଦୁର୍ନୀତି ଅଭିଯୋଗକୁ ନେଇ ବିରୋଧୀଙ୍କ ଷଣ୍ଢୁଆସୀ ଆକ୍ରମଣ ଓ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୩ହଜାର ଟପିଥିବାବେଳେ ଜିଲ୍ଲାପାଳମାନଙ୍କ ଭରସାରେ ସରକାର ବସି ରହିଛନ୍ତି। ଏବେ ଉଭୟ ପ୍ରଶାସନିକ ଓ ରାଜନୀତିକସ୍ତରରେ ରଣନୀତି ପ୍ରସ୍ତୁତିର ଆବଶ୍ୟକତା ଥିବାବେଳେ କ୍ଷମତାକେନ୍ଦ୍ରଙ୍କ ନିରବତା ବିଜେଡି ନେତାମାନଙ୍କୁ ଚିନ୍ତାରେ ପକାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story