‘ଓମିକ୍ରନ ଉପରେ ରହିଛି ନଜର, କାମ ଦେଉଛି ଭାରତୀୟ ଟିକା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି ।  ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ।  ଏହାର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି । ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ହୋମ୍ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି  । ତେବେ ୟେଉଁମାନେ ବିଦେଶରୁ ଆସୁଛନ୍ତି, ରାଜ୍ୟ ସରକାରଙ୍କୁ […]

naba-das

naba-das

Niharika Rout
  • Published: Saturday, 04 December 2021
  • Updated: 04 December 2021, 02:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ବିରୋଧରେ ଭାରତୀୟ ଟିକା କାମ କରୁଛି ।  ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ।  ଏହାର ମୁକାବିଲା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି ।

ଯେଉଁମାନେ ବିଦେଶରୁ ଆସୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ହୋମ୍ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି  । ତେବେ ୟେଉଁମାନେ ବିଦେଶରୁ ଆସୁଛନ୍ତି, ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ସେମାନଙ୍କୁ କୁହାଯାଇଛି  । ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍‌ ସେଣ୍ଟର ମଧ୍ୟ କରାଯାଇଥିବା ସେ କହିଛନ୍ତି ।

ଏହାବାଦ ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ ଗାଇଡଲଲାଇନ୍‌ ପାଳନ କରୁଛୁ। କେନ୍ଦ୍ର ସରକାର ପୋର୍ଟାଲ ଦେଲେ, ଯେଉଁମାନେ ବିଦେଶରୁ ଫେରୁଛନ୍ତି, ସେମାନଙ୍କ ସହ ଯୋଗାଯୋଗ ସହଜ ହେବ ।  ସରକାର ସ୍ଥିତି ଉପରେ ତିକ୍ଷଣ ଦୃଷ୍ଟି ରଖିଛନ୍ତି। ଯେକୌଣସି ସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଏହାବାଦ  ଶିକ୍ଷାନୁଷ୍ଠାନରେ କିଭଳି କରନା ନ ବ୍ୟାପିବ, ସେଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି  ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ମଧ୍ୟ କରୋନା ଏସ୍ଓପି ପାଳନକୁ କଡ଼ାକଡି କରାଯାଇଛି । ବିଦ୍ୟାଳୟରେ କରୋନା ଏସ୍ଓପି ପାଳନ ନେଇ ନିୟମିତ ଯାଞ୍ଚ କରାଯାଉଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଯେଉଁଠି ଆବଶ୍ୟକ, ସେଠାକୁ ମେଡିକାଲ ଟିମ ପଠାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos