ଦୁର୍ଘଟଣା ପରେ ଇନ୍ସପେକ୍ଟରଙ୍କ ପତ୍ତା ମିଳୁନି; ଏସ୍‌ପି କହିଲେ, ଡରି ଫେରାର

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ବଲାଙ୍ଗିର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଆଜି ସକାଳେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା କାର୍‌ଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ପତ୍ତା ପାଉନି ପୁଲିସ୍‌। ପୁରୀରୁ ସୁନାବେଶ ଡ୍ୟୁଟି ସାରି ସ୍ନିଗ୍ଧାରାଣୀ ସୁନା ନିଜ କାର୍‌ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସୋନପୁର ଏସ୍‌ପି ଅମରେଶ ପଣ୍ଡା  କହିଛନ୍ତି, ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ […]

accident

accident

Niharika Rout
  • Published: Tuesday, 12 July 2022
  • Updated: 12 July 2022, 06:05 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ସୋନପୁର-ବଲାଙ୍ଗିର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଆଜି ସକାଳେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା କାର୍‌ଟି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କର ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ପତ୍ତା ପାଉନି ପୁଲିସ୍‌। ପୁରୀରୁ ସୁନାବେଶ ଡ୍ୟୁଟି ସାରି ସ୍ନିଗ୍ଧାରାଣୀ ସୁନା ନିଜ କାର୍‌ ଯୋଗେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ସୋନପୁର ଏସ୍‌ପି ଅମରେଶ ପଣ୍ଡା  କହିଛନ୍ତି, ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ମାରୁତି ଏର୍ଟିଗା ଏହି ଦୁର୍ଘଟଣା ଘଟାଇଛି। ଭୁଲ ଦିଗରୁ ଯାଇ ମାରୁତି ଏର୍ଟିଗା ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ସମୟରେ ଗାଡ଼ିରେ ଇନ୍ସପେକ୍ଟର ଥିଲେ। ତାଙ୍କ ଡ୍ରାଇଭର ଗାଡ଼ି ଚଳାଉଥିଲେ। ଦୁର୍ଘଟଣା ପରେ ଇନ୍ସପେକ୍ଟର ଭୟଭୀତ ହୋଇ ଫେରାର ହୋଇଯାଇଛନ୍ତି। ଆମେ ଏନେଇ ତାଙ୍କ ରିପୋର୍ଟିଂ ଅଥରିଟି ସୁନ୍ଦରଗଡ଼ ଏସ୍‌ପିଙ୍କ ସହ କଥା ହୋଇଛୁ। ଇନ୍ସପେକ୍ଟର ସୁନାଙ୍କ ଡ୍ରାଇଭରକୁ ଗିରଫ କରାଯିବ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଏସ୍‌ପି କହିଛନ୍ତି ଯେ ଏହି ଘଟଣା ନେଇ ତାଙ୍କ ପାଖରେ କିଛି ସୂଚନା ନାହିଁ। ଏନେଇ ତାଙ୍କୁ କେହି ଯୋଗାଯୋଗ କରି ନାହାନ୍ତି।

ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ସଂପର୍କରେ କିଛି ସୂଚନା ମିଳିପାରି ନଥିବା ବେଳେ ତାଙ୍କ ଡ୍ରାଇଭର ଗାଡ଼ି ଚଲାଉଥିଲେ ବୋଲି ସୋନପୁର ଏସ୍‌ପି କେମିତି ଜାଣିଲେ ବୋଲି ପ୍ରଶ୍ନ ଉଠିଛି।

କେମିତି ଘଟିଥିଲା ଦୁର୍ଘଟଣା

ଆଜି ଭୋରରେ ସୋନପୁର ପଟରୁ ବଲାଙ୍ଗିର ଯାଉଥିବା ଏକ କାର୍‌ ବଡ଼ବାହାଲି ଛକରେ ରାସ୍ତାରେ ଛିଡା ହୋଇଥିବା ଏକ ଅଟୋ ଓ ବାଇକ୍‌କୁ ପିଟି ଦେଇଥିଲା। କାର୍‌ଟି ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅପର ପାର୍ଶ୍ୱକୁ ଯାଇ ଅଟୋ ଓ ବାଇକ୍‌କୁ ପିଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। ଦୁର୍ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣଙ୍କ ଘର ବଲାଙ୍ଗିର ରାଘବପାଲି ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ଅଟୋରେ ପନିପରିବା ବିକ୍ରି କରିବାକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

[caption id="attachment_748465" align="aligncenter" width="650"]police ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପୁଲିସ୍‌ ଫୋର୍ସ ।[/caption]

ଦୀର୍ଘ ସମୟ ଧରି ରାସ୍ତାରୋକ

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ଲୋକେ ରାସ୍ତାରୋକ କରିଥିଲେ। ଭୋରରୁ ପ୍ରାୟ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ବଲାଙ୍ଗିର-ସୋନପୁର ରାସ୍ତାରେ ଯା’ଆସ ବନ୍ଦ ହୋଇଯାଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଲୋକ ରାସ୍ତାରୋକ କରିବା ସହ ଶବ ନେବାକୁ ଦେଇ ନଥିଲେ। ଏହା ସହିତ ଦୁର୍ଘଟଣା ଘଟାଇଥିବା କାର୍‌ରେ ଜଣେ ଇନ୍ସପେକ୍ଟର ଥିବାରୁ ତାଙ୍କୁ ଗିରଫ କରିବାକୁ ସେମାନେ ଦାବି କରିଥିଲେ। ଘଟଣାସ୍ଥଳରେ ସୋନପୁର ଏସ୍‌ପି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।

[caption id="attachment_748466" align="aligncenter" width="650"]car ଦୁର୍ଘଟଣା ଘଟାଇଥିବା କାର୍‌ ।[/caption]

ମୃତକଙ୍କ ପରିବାର ପ୍ରତି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ମିଳିବ ୨ ଲକ୍ଷ ଟଙ୍କା। ଦୁର୍ଘଟଣାରେ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story