‘ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସକୁ ନିକଟରୁ ଦେଖିପାରିବେ ପର୍ଯ୍ୟଟକ’

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରୀତିନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଇଣ୍ଟରପ୍ରିଟେସନ ସେଣ୍ଟର ବା ବ୍ୟାଖ୍ୟାନ ସେଣ୍ଟର ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଗାମୀ ଏକ ବର୍ଷ ମଧ୍ୟରେ […]

puri34 (1)

puri34 (1)

Manoranjan Sial
  • Published: Tuesday, 05 February 2019
  • Updated: 05 February 2019, 09:40 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରର କଳା, ସ୍ଥାପତ୍ୟ, ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ପରମ୍ପରା, ରୀତିନୀତିର ଦୃଶ୍ୟପଟକୁ ଅତିନିକଟରୁ ଦେଖିବେ ପର୍ଯ୍ୟଟକ। ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାରକୁ ନେଇ ବସିଥିବା ବୈଠକରେ ଏହି ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଏନେଇ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ପରିସରରେ ଇଣ୍ଟରପ୍ରିଟେସନ ସେଣ୍ଟର ବା ବ୍ୟାଖ୍ୟାନ ସେଣ୍ଟର ନିର୍ମାଣ କରାଯାଉଛି। ଏଥିପାଇଁ ପ୍ରାୟ ୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଆଗାମୀ ଏକ ବର୍ଷ ମଧ୍ୟରେ ଏହା ସଂପୂର୍ଣ୍ଣ ହେବ। ଏହାପରେ ପର୍ଯ୍ୟଟକ ସେସବୁ ଦେଖିପାରିବେ ବୋଲି ଗଜପତି ମହାରଜ ଦିବ୍ୟସିଂହ ଦେବ କହିଛନ୍ତି। ନୀଳାଦ୍ରୀ ବିହାର ମ୍ୟୁଜିୟମ୍‌ର ନବୀକରଣ କାର୍ଯ୍ୟ କରାଯାଉଛି। ତେଣୁ ଏହି ସମସ୍ତ କାର୍ଯ୍ୟ ଯେପରି ନିର୍ଭୁଲ ଭାବେ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେଇ ନିର୍ମାଣ ଦାୟିତ୍ୱ ନେଇଥିବା ସଂସ୍ଥା ଗବେଷକଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବେ ବୋଲି ଗଜପତି ମହାରାଜା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos