‘ଏବେ ଡିସ୍‌ଚାର୍ଜ ହେବେନି ଜଗା ଓ କାଳିଆ’

ନୂଆଦିଲ୍ଲୀ(ଶିବାନନ୍ଦ ରାଉତ): ଏବେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେନି କନ୍ଧମାଳର ଜଗା ଓ କାଳିଆ। ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। କାଳିଆ ଠିକ ହୋଇନି। ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍‌ସରେ ରହିବେ। ଉଭୟଙ୍କୁ ଏମ୍‌ସରେ ରଖିବାକୁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୫ ଜଣିଆ […]

Jaga kalia to stay longer in aiims

Jaga kalia to stay longer in aiims

Rakesh Mallick
  • Published: Friday, 20 July 2018
  • Updated: 20 July 2018, 06:00 PM IST

ନୂଆଦିଲ୍ଲୀ(ଶିବାନନ୍ଦ ରାଉତ): ଏବେ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେନି କନ୍ଧମାଳର ଜଗା ଓ କାଳିଆ। ଉଭୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି। ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି। କାଳିଆ ଠିକ ହୋଇନି। ସେ ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ଉଭୟ ଏମ୍‌ସରେ ରହିବେ। ଉଭୟଙ୍କୁ ଏମ୍‌ସରେ ରଖିବାକୁ ଅନୁରୋଧ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୫ ଜଣିଆ ଡାକ୍ତରୀ ଟିମ୍ ଦିଲ୍ଲୀ ଯାଇଥିଲେ। ସେମାନେ ଆଜି ଏମ୍‌ସରେ ଜଗା ଓ କାଳିଆଙ୍କୁ ଭେଟିଛନ୍ତି। ଏପରିକି ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତରଙ୍କୁ ପଚାରି ବୁଝିଛନ୍ତି। ଏହି ଟିମ୍‌ରେ ଡାକ୍ତର ସଞ୍ଜୀବ ମିଶ୍ର, ପ୍ରଫେସର ସରୋଜ ଶତପଥୀ, ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ପୃଥ୍ୱୀରାଜ ସିଂହ ଓ ଡାକ୍ତର ଜଗମୋହନ ମିଶ୍ର ଅଛନ୍ତି।  ଦିଲ୍ଲୀ ଏମ୍‌ସରେ ଜଗା-କାଳିଆଙ୍କ ଚିକିତ୍ସାକୁ ପୂରିଲା ବର୍ଷେ। ଏହା ଭିତରେ ସୁସ୍ଥ ହୋଇଗଲେଣି ଦୁଇ ଭାଇ। ଦୁଇ ତିନି ଦିନ ଭିତରେ ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା-କଳିଆଙ୍କ ବାପା ଭୂୟାଁ କହଁର ସୂଚନା ଦେଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଆଲୋଚନା।

କନ୍ଧମାଳର ଯାଆଁଳା ଭାଇ ଜଗା-କାଳିଆ। ସଫଳ ହୋଇଥିଲା ସେମାନଙ୍କ ବିରଳ ଅପରେସନ। ଯୋଡ଼ା ମୁଣ୍ଡ ଅଲଗା ହେବା ପରଠୁ ଦୁହେଁ ଭଲ ଅଛନ୍ତି। ଜଗା ଓ୍ୱାର୍ଡ ଭିତରେ ଖୁସି ମନରେ ବଲ୍ ଧରି ଖେଳାବୁଲା କରୁଛି।  ଦୁଇ ଦିନ ତଳେ ଦୁଇ ଭାଇଙ୍କର ଏକ ଆଶ୍ୱସ୍ତି ଦେଲା ଭଳି ଫଟୋ ମଧ୍ୟ ଆସିଥିଲା। ଯେଉଁଥିରେ ଉଭୟଙ୍କ ମୁଣ୍ଡରେ ସ୍ୱତନ୍ତ୍ର ହେଲମେଟ୍‌ ନଥିଲା। ଦୁଇ ଭାଇ ଦିଲ୍ଲୀ ଏମ୍‌ସରୁ ଡିସଚାର୍ଜ ହେବା ପରେ ପ୍ରଥମେ ଦିଲ୍ଲୀର ଓଡ଼ିଶା ଭବନରେ ରହିବେ ବୋଲି ସେମାନଙ୍କ ବାପା ଭୂୟାଁ କହଁର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos