ଗଜରାଜଙ୍କୁ ଜଗିବେ ‘ଗଜବନ୍ଧୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହାତୀ ମୃତ୍ୟୁ ଉପରେ କେମିତି ଲାଗିବ ରୋକ୍‌? ହାତୀ ମୃତ୍ୟୁସଂଖ୍ୟା କମାଇବାକୁ କଣ ରହିଛି ଉପାୟ? ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ ଚାଲିଛି ମାନସମନ୍ଥନ। ଏଥିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଖସଡ଼ା ଅନୁସାରେ ଏଣିକି ହାତୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମୁତୟନ ହେବେ ସାଧାରଣ ଲୋକେ। ଯେଉଁମାନଙ୍କୁ ‘ଗଜବନ୍ଧୁ’ ଭାବେ ଆଖ୍ୟା […]

bbsr

bbsr

Manoranjan Sial
  • Published: Saturday, 31 August 2019
  • Updated: 31 August 2019, 09:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହାତୀ ମୃତ୍ୟୁ ଉପରେ କେମିତି ଲାଗିବ ରୋକ୍‌? ହାତୀ ମୃତ୍ୟୁସଂଖ୍ୟା କମାଇବାକୁ କଣ ରହିଛି ଉପାୟ? ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ବଢ଼ି ଚାଲିଥିବା ହାତୀ ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ହେବା ପରେ ଗଜରାଜଙ୍କ ସୁରକ୍ଷା ଲାଗି ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟରେ ଚାଲିଛି ମାନସମନ୍ଥନ। ଏଥିରେ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ଖସଡ଼ା ଅନୁସାରେ ଏଣିକି ହାତୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମୁତୟନ ହେବେ ସାଧାରଣ ଲୋକେ। ଯେଉଁମାନଙ୍କୁ ‘ଗଜବନ୍ଧୁ’ ଭାବେ ଆଖ୍ୟା ଦିଆଯିବ। ଏଥିପାଇଁ ସେମାନଙ୍କୁ ପାରିଶ୍ରମିକ ମିଳିବ।

ହାତୀ ଆତଯାତ ଅଞ୍ଚଳରେ ଥିବା ରାସ୍ତାରେ ଲାଗିବ ସିସିଟିଭି କ୍ୟାମେରା। ଦଳ ଛାଡ଼ି ଚାଲିଆସି ଉତ୍ପାତ କରୁଥିବା ହାତୀ ଉପରେ ନଜର ରଖିବାକୁ ତାଙ୍କ ଦେହରେ ରେଡିଓ କଲାର ଲଗାଇବାକୁ ଯୋଜନା କରାଯାଉଛି ବୋଲି ଚିଫ୍‌ ଓ୍ୱାଲଡ୍‌ ଲାଇଫ୍‌ ଓ୍ୱାର୍ଡେନ୍‌ ଅଜୟ କୁମାର ମହାପାତ୍ର କହିଛନ୍ତି।

କିଛି ଦିନ ତଳେ କେନ୍ଦୁଝର ଅଞ୍ଚଳରେ ରାସ୍ତା ଅତିକ୍ରମ କରୁଥିବା ବେଳେ ବସ୍‌ ଧକ୍କାରେ ପ୍ରାଣ ହରାଇଥିଲେ ୩ଟି ହାତୀ। ତେଣୁ ରାସ୍ତା ଦୁର୍ଘଟଣାରେ ଯେମିତି ହାତୀଙ୍କ ମୃତ୍ୟୁ ନହେବ, ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ହାତୀ ଚଳପ୍ରଚଳ କରୁଥିବା ରାସ୍ତାରେ ସ୍ପିଡ୍‌ ବ୍ରେକର, ରମ୍ବଲର୍ସ ବ୍ୟବସ୍ଥା କରିବାକୁ ଯୋଜନା ରହିଛି। ଏଥିପାଇଁ ରାଜ୍ୟର ୬୫ଟି ସ୍ଥାନ ଚିହ୍ନଟ କରାଯାଇଛି। ସେହିଭଳି ହାତୀ କରିଡର ଦେଇ ଯାଇଥିବା ସମ୍ବଲପୁର-ଅନୁଗୋଳ ରାସ୍ତା ଓ ଆଠଗଡ଼ ଅଞ୍ଚଳରେ କିଛି ରାସ୍ତାରେ ହାତୀଙ୍କ ଚଳାଚଳରେ ବ୍ୟାଘାତ ସୃଷ୍ଟି ନକରିବାକୁ ମୋଟ ୧୯ଟି ସ୍ଥାନରେ ଅଣ୍ଡର ପାସ୍‌ ଓ ଓଭର ପାସ୍‌ ରାସ୍ତା ନିର୍ମାଣ ଲାଗି NHI କୁ ଚିଠି ଲେଖଛି ବନ ବିଭାଗ।

ବିଗତ ୬ ବର୍ଷ ମଧ୍ୟରେ ଓଡ଼ିଶାରେ ହାତୀ ମୃତ୍ୟୁ ସଂଖ୍ୟା ଉଦ୍‌ବେଗନଜକ ଭାବେ ବଢ଼ିଛି। ଏହି ସମୟ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୫ ଓ ରେଳ ଦୁର୍ଘଟଣାରେ ୨୨ ହାତୀଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story