ମହିଳାଙ୍କୁ ମାଡ଼ ପ୍ରତିବାଦରେ ତେଜୁଛି ରାଜନୀତି: ଏରସମା ଥାନା ଘେରାଉ କଲା ବିଜେପି

ଜଗତସିଂହପୁର: ମୋଦିଙ୍କୁ ଚିଠି ଲେଖିଥିବା ମହିଳାଙ୍କୁ ମାଡ ଘଟଣାକୁ ନେଇ ଜଗତସିଂହପୁରରେ ରାଜନୀତି ତେଜିବାରେ ଲାଗିଛି। ଘଟଣା ପ୍ରତିବାଦରେ ବିଜେପି ପକ୍ଷରୁ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଘେରାଉ କରାଯାଇଛି। ଏହି ସମୟରେ ପୋଲିସ ଓ ବିଜେପି କର୍ମୀଙ୍କ ସହ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଏରସମା ଥାନା ଅନ୍ତର୍ଗତ କାଳିକୁଦ ଗାଁର ପାର୍ବତୀ ଶାସମଲ ମୋଦିଙ୍କୁ ଚିଠି ଦେଇଥିଲେ।