ମଦୁଆ ଡ୍ରାଇଭରଙ୍କୁ ଆଉ ଫାଇନ୍ ନୁହେଁ, ସିଧା ଜେଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟ୍ରାଫିକ୍ ଅନୁଶାସନ ୩ ମାସ କୋହଳ ହେବା ପରେ ଆଜିଠୁ ପୁଣି କଡାକଡ଼ି ହୋଇଛି । ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ସଜାଗ ହୋଇଛି ପୁଲିସ। ହେଲେ ଶତ ସଚେତନତା ପରେ ବି ଅନେକ କିନ୍ତୁ ନିୟମ ଭାଙ୍ଗିଥିଲେ । ଆଉ ମୋଟା ଅଙ୍କର ତଣ୍ଡ ବି ଗଣିଥିଲେ । ଏଣେ ଭୁବନେଶ୍ୱରରେ ମଦୁଆ ଡ୍ରାଇଭରଙ୍କୁ ସାବାଡ୍ କରିବା ପାଇଁ ଏଣିକି ଆଉ ଫାଇନ୍ ନୁହେଁ ସିଧା ଗିରଫ କରି କୋର୍ଟ ଚାଲାଣ କରିବ କମିଶନରେଟ୍ […]

4890

4890

Tapas Behera
  • Published: Sunday, 01 December 2019
  • Updated: 01 December 2019, 07:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଟ୍ରାଫିକ୍ ଅନୁଶାସନ ୩ ମାସ କୋହଳ ହେବା ପରେ ଆଜିଠୁ ପୁଣି କଡାକଡ଼ି ହୋଇଛି । ରାଜ୍ୟର ସବୁ ସହରାଞ୍ଚଳରେ ପୁଣି ସଜାଗ ହୋଇଛି ପୁଲିସ। ହେଲେ ଶତ ସଚେତନତା ପରେ ବି ଅନେକ କିନ୍ତୁ ନିୟମ ଭାଙ୍ଗିଥିଲେ । ଆଉ ମୋଟା ଅଙ୍କର ତଣ୍ଡ ବି ଗଣିଥିଲେ । ଏଣେ ଭୁବନେଶ୍ୱରରେ ମଦୁଆ ଡ୍ରାଇଭରଙ୍କୁ ସାବାଡ୍ କରିବା ପାଇଁ ଏଣିକି ଆଉ ଫାଇନ୍ ନୁହେଁ ସିଧା ଗିରଫ କରି କୋର୍ଟ ଚାଲାଣ କରିବ କମିଶନରେଟ୍ ପୋଲିସ୍।

ବିନା  ହେଲମେଟ୍, ଡ୍ରାଇଭିଂ ବେଳେ ମୋବାଇଲ୍ ବ୍ୟବହାର, ଦୁଇ ଚକିଆରେ ୩ ଯାତ୍ରୀ ଆଉ ବେପରୁଆ ଡ୍ରାଇଭିଂ, ଏ ସବୁର ପୁଳା ପୁଳା ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳିଛି। ଡିସେମ୍ବର ପହିଲାରୁ ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ ପରେ ବି ସାମ୍ନାକୁ ଆସିଛି ଅସୁରକ୍ଷିତ ଗାଡ଼ି ଚାଳନାର ଅନେକ ଉଦାହରଣ । ପୂର୍ବ ଘୋଷଣା ଅନୁଯାୟୀ ଆଜିଠୁ ରାଜ୍ୟର ସବୁ ରାସ୍ତା ଓ ଛକରେ ଅମାନିଆଙ୍କୁ ଧରିବା ପାଇଁ ଆକ୍ସନ ମୋଡରେ ଆସିଥିଲା ପୁଲିସ ପ୍ରଶାସନ। ଆଉ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ଫାଇନ୍ କାଟିଥିଲା। ନିୟମ କୋହଳର ସୁଯୋଗ ନେଇ ଏ ୩ ମାସର ଅବଧି ଭିତରେ ଆଇନକୁ ନଜର ଅନ୍ଦାଜ କରି ଆସୁଥିବା କିଛି ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ଉପରେ କଷିଥିଲା ମୋଟା ଅଙ୍କର ଫାଇନ୍ । ଏପଟେ ଟ୍ରାଫିକ୍ ନିୟମ କଡ଼ାକଡ଼ି ପରେ କଟକ ଭଳି କିଛି ସ୍ଥାନରେ ଘରୁ ବାହାରୁ ବାହାରୁ ପୋଲିସ ହାବୁଡ଼ରେ ପଡ଼ିଥିଲେ କିଛି ଅକସ୍ମାତ୍ ଉଲ୍ଲଂଘନକାରୀ।

ଏପଟେ ରାଜଧାନୀରେ ବି ଅନ୍ୟ ଦିନ ଅପେକ୍ଷା ଆଜିର ଦୃଶ୍ୟ ଟିକେ ଥିଲା ନିଆରା। ପୂର୍ବରୁ ଖାଁ ଖାଁ ଥିବା ଟ୍ରାଫିକ୍ ପୋଷ୍ଟ ଓ ଛକଗୁଡ଼ିକରେ ସଜାଗ ହୋଇ ରହିଥିଲେ ଦଳ ଦଳ ଟ୍ରାଫିକ୍ ପୁଲିସ। ଜିରୋ ଟଲେରାନ୍ସ ଜୋନ୍ ସମେତ ସବୁ ଚେକ୍ ପୋଷ୍ଟରେ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ପୁଲିସ। ତା’ସହ ମୁଣ୍ଡ ଉପରେ ଛକିଥିବା ସିସି କ୍ୟାମେରାରେ ଲେନ୍ସରେ ବି ବହୁ ବେପରୁଆ ଗାଡ଼ି ଚାଳକଙ୍କ କାରନାମା ରେକର୍ଡ ହେଉଥିଲା। ତେବେ ଚେକିଂ ବେଳେ ଡ୍ରାଇଭିଂ ଲାଇସେନ୍ସ, ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ୍ ସାର୍ଟିଫିକେଟକୁ ବାଦ୍ ଦେଉଥିବା ବେଳେ ଅନ୍ୟ ନିୟମ ପାଇଁ ଜରିମାନା ଆଦାୟ କରିଥିଲା । ସେପଟେ ମଦୁଆ ଗାଡ଼ି ଚାଳକଙ୍କ ପାଇଁ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ ଅରମ୍ଭ କରିଛି ସ୍ପେଶାଲ ଡ୍ରାଇଭ। ଏଣିକି ମଦ ପିଇ ଗାଡି ଚଳାଉଥିଲେ ଆଉ ଜରିମାନା ନୁହେଁ, ସିଧା କୋର୍ଟ ଫରଓ୍ୱାର୍ଡ ସହ ଜେଲ୍ ଯିବେ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story