ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସଫଳ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ଜେଲକୁ ଫେରିଲା କୁନି ଝିଅ। ଗଞ୍ଜାମ ଜିଲ୍ଲା ଆସିକା ଉପକାରାଗାରରେ ବିଚାରାଧୀନ ମହିଳାଙ୍କ ଦେଢ଼ ବର୍ଷର କୁନି ଝିଅ ଗେଲିର ଅସ୍ତ୍ରୋପଚାର ପରେ ବେଙ୍ଗାଲୁରରୁ ମାଆଙ୍କ ସହ ଜେଲକୁ ସେ ଫେରଛନ୍ତି l
ଗେଲି ନାୟକଙ୍କ ହାର୍ଟରେ ଏକ ଛିଦ୍ର ଥିଲା। ଏହା ଜାଣିବା ପରେ ଜେଲ କର୍ତ୍ତୃପକ୍ଷ ରାଷ୍ଟ୍ରୀୟ ବାଳ ବିକାଶ କାର୍ଯ୍ୟକ୍ରମ ଅନୁସାରେ ଗେଲିଙ୍କୁ ଅସ୍ତ୍ରୋପଚାର ଲାଗି ବେଙ୍ଗାଲୁରୁ ପଠାଇଥିଲେ। ଫେବ୍ରୁଆରୀ ୧୭ ତାରିଖ ଦିନ ଗେଲିର ଅସ୍ତ୍ରୋପଚାର କରାଯାଇଥଲା। ସେଠାରେ ରକ୍ତର ଆବଶ୍ୟକତା ପଡିବାରୁ ସାଙ୍ଗରେ ଯାଇଥିବା ଗାର୍ଡ ରକ୍ତ ଦାନ କରିଥିଲେ। ଗେଲିଙ୍କ ସଫଳ ଅସ୍ତ୍ରୋପଚାର ପରେ ଆସିକା ସବଜେଲରେ ଖୁସିର ଲହରୀ ଖେଳିଯାଇଛି। ଗେଲି ନିଜ ମାଆ ସହ ଆସିକା ସବଜେଲକୁ ଫେରିଛନ୍ତି।
ସେପଟେ ଝିଅ ସୁସ୍ଥ ହୋଇ ଫେରିବା ପରେ ମାଆ ମଧ୍ୟ ଖୁସିରେ ଗଦ ଗଦ ହୋଇପଡିଛନ୍ତି। ଝିଅକୁ ନୂଆ ଜୀବନ ଦେଇଥିବା ଲାଗି ସେ ସରକାର, ଜେଲ କର୍ତ୍ତୃପକ୍ଷ ଓ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେପଟେ ଭଗବାନଙ୍କ ଆଶୀର୍ବାଦ ଥିବା ଯୋଗୁଁ ସେ ଜେଲକୁ ଆସିଲେ ଏବଂ ତାଙ୍କର ଅସ୍ତ୍ରୋପଚାର ସଫଳ ହେଲା । କୁନି ଝିଅଟି ଅପରେସନ ପରେ ଏବେ ପୁରାପୁରି ସୁସ୍ଥ ଅଛି ବୋଲି ଜେଲ କତ୍ତୃପକ୍ଷ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।