ବିଲ୍ ବାକି ପଡ଼ିବାରୁ ନୀଳାଚଳ ଇସ୍ପାତ୍ କାରଖାନାର ବିଦ୍ୟୁତ୍‌ ଲାଇନ୍‌ କଟିଲା

ଯାଜପୁର(ଅଭୟ ପତି): ବିଦ୍ୟୁତ୍ ବିଲ୍ ପଇଠ ନହେବାରୁ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଛି ।  ମୁଖ୍ୟତଃ କାରଖାନାରେ କୋଇଲା ନଥିବା ଦର୍ଶାଇ ୨୦୨୦ ମାର୍ଚ୍ଚ ୩୦ତାରିଖରେ  ୧୧ମିଲିୟନ କ୍ଷମତା ସମ୍ପନ୍ନ କୋକୋଭାନ୍ ପ୍ଲାଣ୍ଟ ଏବଂ ସିପିପିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଯାହା ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେଏଥିରେ କାର୍ଯ୍ୟରତ ୫ହଜାରରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ ଏବେ ଆଶା ଓ ଆଶଙ୍କାରେ […]

6hm

6hm

Tapas Behera
  • Published: Monday, 30 August 2021
  • Updated: 30 August 2021, 06:37 PM IST

Sports

Latest News

ଯାଜପୁର(ଅଭୟ ପତି): ବିଦ୍ୟୁତ୍ ବିଲ୍ ପଇଠ ନହେବାରୁ ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ ନିଗମରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଛି ।  ମୁଖ୍ୟତଃ କାରଖାନାରେ କୋଇଲା ନଥିବା ଦର୍ଶାଇ ୨୦୨୦ ମାର୍ଚ୍ଚ ୩୦ତାରିଖରେ  ୧୧ମିଲିୟନ କ୍ଷମତା ସମ୍ପନ୍ନ କୋକୋଭାନ୍ ପ୍ଲାଣ୍ଟ ଏବଂ ସିପିପିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା । ଯାହା ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେଏଥିରେ କାର୍ଯ୍ୟରତ ୫ହଜାରରୁ ଉର୍ଦ୍ଧ ଶ୍ରମିକ କର୍ମଚାରୀ ଏବେ ଆଶା ଓ ଆଶଙ୍କାରେ ଅଛନ୍ତି । ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଉପରେ ୫୬କୋଟି ୭୦ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକି ପଡିଥିବାରୁ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର ପକ୍ଷରୁ ଶନିବାର ସଂନ୍ଧ୍ୟାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ସେପଟେ କାରଖାନାର ପୁନଃରୁଦ୍ଧାର ପାଇଁ ଶ୍ରମିକ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ନେଇ ଶ୍ରମିକଙ୍କ ଭାଗ୍ୟ ଉପରେ କଳାବାଦଲ ଢାଙ୍କିଯାଇଛି । କାରଖାନାର ପୁନଃରୁଦ୍ଧାର କରିବା ସହିତ ବିଦ୍ୟୁତ୍ ସେବା ସଂଯୋଗ ପାଇଁ ଶ୍ରମିକ କର୍ମଚାରୀ ମାନେ ଦାବି ଜଣାଇଛନ୍ତି ।

ଗତ ଶନିବାର ଦିନ ଯାଜପୁର ଜିଲ୍ଲା କଳିଙ୍ଗନଗରର  ନୀଳାଚଳ ଇସ୍ପାତ୍ କାରଖାନାରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଛି। ୫୬ କୋଟି ୭୦ଲକ୍ଷ ଟଙ୍କାର ବିଦ୍ୟୁତ୍ ଦେୟ ପଇଠ କରିନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ବିଦ୍ୟୁତ୍ ବିଭାଗ ପକ୍ଷରୁ ଦର୍ଶାଯାଇଛି । ସୂଚନା ଯୋଗ୍ୟ ଯେ, ପରିଚାଳନାଗତ ତ୍ରୁଟି ଯୋଗୁଁ କ୍ରମାଗତ କ୍ଷତି ସହିବା ପରେ ଗତ୨୦୨୦ ମାର୍ଚ୍ଚ ମାସ ଠାରୁ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗଟି ବନ୍ଦ କରିଦିଆଯାଇଥିଲା । ଶ୍ରମିକ ତଥା କର୍ମଚାରୀ ମାନଙ୍କୁ ଦୀର୍ଘ ଏକ ବର୍ଷକାଳ ନିୟମିତ ଦରମା ନମିଳିବା ଫଳରେ କାରଖାନା ପାଖରେ ବାରମ୍ବାର ଆନ୍ଦୋଳନ ଚାଲିଥିବା ଦେଖିବାକୁ ମିଳିଛି । କାରଖାନାଟି ବନ୍ଦ ହୋଇଯିବା ପରେ କାରଖାନା ପରିସରରେ କୋଟି କୋଟି ଟଙ୍କା ମୂଲ୍ୟର ଉତ୍ପାଦିତ ପିଗ୍ ଆଇରନ୍ ସହିତ ବିଭିନ୍ନ ମେସିନ୍ ଓ ସାମଗ୍ରୀ ପଡିରହିଛି । ଏହାକୁ ବିକ୍ରି କରି ଶ୍ରମିକ କର୍ମଚାରୀ ମାନଙ୍କ ବର୍ଷକର ଦରମା ପଇଠ କରିବା ଏବଂ କାରଖାନା ପୁନଃରୁଦ୍ଧାର ପାଇଁ ବିନିଯୋଗ କରିବାକୁ ଲକ୍ଷ୍ୟ ରହିଥିଲା । ନିକଟରେ କେନ୍ଦ୍ର ସରକାର ମଧ୍ୟ ଏହାର ପୁନଃରୁଦ୍ଧାର ପାଇଁ ଅର୍ଥ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କାରଖାନାର ଅଚଳାବସ୍ଥା ସହିତ କର୍ମଚାରୀମାନଙ୍କୁ ଦରମା ନମିଳିବ ଏବଂ ଏହାପରେ ପରେ କାରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ନେଇ କାରଖାନାର ଶ୍ରମିକ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଛି । ତୁରନ୍ତ ସ୍ଥିତାବସ୍ଥା ବଜାୟ ରଖି କାରଖାନାକୁ ସ୍ୱାଭାବିକ ଅବସ୍ଥାକୁ ଆଣିବାକୁ ଶ୍ରମିକ କର୍ମଚାରୀମାନେ ଦାବି ଜଣାଇଛନ୍ତି ।  ଅନ୍ୟପଟେ ମାତ୍ର କାରଖାନା ବନ୍ଦ ହୋଇଯିବା ପରଠୁ ଅଧିକାଂଶ ସମୟରେ ଚୋରମାନେ କାରଖାନା ଭିତରକୁ ପ୍ରବେଶ କରି ରିତିମତ୍ ଲୁଟପାଟ୍ ଚଳାଇ ଆସିଥିବା ଦେଖିବାକୁ ମିଳିଛି । ଏବେ କାରଖାନାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଯିବାରୁ ସମଗ୍ର କାରଖାନା ପରିସରରେ ଅନ୍ଧାରର ସୁଯୋଗ ନେଇ ଏହି ଚୋରି  ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ସେପଟେ କାରଖାନା ମୁଖ୍ୟ ପରିଚାଳନା ଦାୟିତ୍ୱରେ ଥିବା ଏମ୍.ଏମ୍.ଟି.ସି. ଓ ଅନ୍ୟ ଅଂଶୀଦାର ମାନେ ପରିଚାଳନା ଭାରରୁ ଓହରି ଯିବାକୁ ନିଷ୍ପତ୍ତି ନେବା ପରେ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ ।

ଗତ କିଛି ମାସ ତଳେ ୮ହଜାର ୩ଶହ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । କାରଖାନାର ଶ୍ରମିକ କର୍ମଚାରୀ ଏବଂ କାରଖାନା ପାଇଁ ଜମି ହରାଇ କାରଖାନାରେ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ସଦସ୍ୟ ମାନେ ମଧ୍ୟ ମାନେ କାରଖାନାର ପୂର୍ବସ୍ଥିତି ଫେରିବା ନେଇ ଆଶାବାଦି ଥିଲେ । ମାତ୍ର ଏବେ ବିଦ୍ୟୁତ୍ ବିଚ୍ଛିନ୍ନ ହେବା ପରେ କାରଖାନାରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ନିର୍ଭର ଥିବା  ୫ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ କର୍ମଚାରୀ କାରଖାନାର ସାମ୍ପ୍ରତିକ ଅଚଳାବସ୍ଥାକୁ ନେଇ ଚିନ୍ତାରେ ପଡିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story