ଯାଜପୁରରୁ ଭଦ୍ରକ ଗଲା ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ରଥ

ଭୁବନେଶ୍ୱର:  ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀରୁ ବାହାରିଥିବା ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ରଥ ଭଦ୍ରକ ଜିଲ୍ଲାକୁ ଯାଇଛି। ଗତକାଲି ପୁରୀରୁ ବାହରିଥିବା ଏହି ରଥ ଭୁବନେଶ୍ୱର କଟକ ଦେଇ ଯାଜପୁରରେ ପହଞ୍ଚିଥିଲା।  ଗତକାଲି ରଥ  ଚଣ୍ଡିଖୋଲ ପାଖରେ ଥିଲା। ଆଜି ସକାଳୁ  ଏହା ଭଦ୍ରକ ଜିଲ୍ଲା ଅଭିମୁଖେ ବାହାରିଛି।   ରଥ ଭଦ୍ରକରେ ପହଞ୍ଚିବା ପରେ ମାର୍କୋଣା, ଜାମୁଝାଡି ଓ ସୋରରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ପରେ ଏହା ନୀଳଗିରି ରାସ୍ତା ଦେଇ […]

ratha

ratha

Rakesh Mallick
  • Published: Wednesday, 01 July 2015
  • Updated: 01 July 2015, 06:01 AM IST

Sports

Latest News

ଭୁବନେଶ୍ୱର:  ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ପ୍ରତିବାଦରେ ପୁରୀରୁ ବାହାରିଥିବା ବିଜେପିର ଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ରଥ ଭଦ୍ରକ ଜିଲ୍ଲାକୁ ଯାଇଛି। ଗତକାଲି ପୁରୀରୁ ବାହରିଥିବା ଏହି ରଥ ଭୁବନେଶ୍ୱର କଟକ ଦେଇ ଯାଜପୁରରେ ପହଞ୍ଚିଥିଲା।  ଗତକାଲି ରଥ  ଚଣ୍ଡିଖୋଲ ପାଖରେ ଥିଲା। ଆଜି ସକାଳୁ  ଏହା ଭଦ୍ରକ ଜିଲ୍ଲା ଅଭିମୁଖେ ବାହାରିଛି।   ରଥ ଭଦ୍ରକରେ ପହଞ୍ଚିବା ପରେ ମାର୍କୋଣା, ଜାମୁଝାଡି ଓ ସୋରରେ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ପରେ ଏହା ନୀଳଗିରି ରାସ୍ତା ଦେଇ ମୟୁରଭଞ୍ଜ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମୟୂରଭଞ୍ଜ, ୩ ତାରିଖରେ ବାଲେଶ୍ୱର ଓ ୪ ତାରିଖରେ ଭୁବନେଶ୍ୱର, ଖୋର୍ଦ୍ଧା ଓ ନୟାଗଡ ଜିଲ୍ଲାରର ବିଭିନ୍ନ ସ୍ଥାନରେ ରଥ ବୁଲିବ। ଗତକାଲି ପୁରୀ ସମେତ ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା କରି ବିଜେପି ନେତାମାନେ ବ୍ରହ୍ମ ବିଭ୍ରାଟ ପାଇଁ ସରକାରଙ୍କ ଅପାରଗତା, ନିଷ୍କ୍ରୟିତା ଓ ସରକାରୀ ଦଳର ମାତ୍ରାଧିକ ସଂପୃକ୍ତି ଅଭିଯୋଗ ନେଇ ବର୍ଷିଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ସହ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ ବୋଲି ଦଳ ଦାବି କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos