ଜଳବାୟୁ ପରିବର୍ତ୍ତନ: ଆମେରିକାର ସହଯୋଗ ଲୋଡିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ସୋମବାର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ  ବିଭାଗ ଉପସଚିବ ତଥା ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ଦାୟିତ୍ୱରେ ଥିବା ନିଶା ଦେଶାଇ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ଶିଳ୍ପ କ୍ଷେତ୍ରରେ ଆମେରିକାର ସହଯୋଗ ଲୋଡିଛି ଓଡ଼ିଶା। ଓଡ଼ିଶା-ଆମେରିକା ମିଳିତ ଭାବେ ପରିବେଶ ପରିବର୍ତ୍ତନର ପରି ବହୁ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛି।

ଏହାସହ ଶିଳ୍ପ କ୍ଷେତ୍ରରେ ମଧ୍ୟ ଆମେରିକା ସହଯୋଗ କରିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ  ବିଭାଗ ଉପସଚିବ ତଥା ଦକ୍ଷିଣ ଏବଂ କେନ୍ଦ୍ର ଏସିଆ ଦାୟିତ୍ୱରେ ଥିବା ନିଶା ଦେଶାଇ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।