ଜାପାନିଜ ଏନ୍‌ସେଫାଲାଇଟିସ୍‌ ବ୍ୟାପିଥିବା ଅଞ୍ଚଳରେ ଟୀକାକରଣ ବୁମେରାଂ ସାବ୍ୟସ୍ତ ହୋଇପାରେ: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଜାପାନିଜ ଏନ୍‌ସେଫାଲାଇଟିସ୍‌କୁ ନେଇ ରାଜ୍ୟରେ ଆତଙ୍କ ଜାରି ରହିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତରରେ ଦେଇଥିବା ତଥ୍ୟକୁ ନେଇ ଭୟର ବାତାବରଣ ଖେଳି ଯାଇଛି। କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି,“ ଜାପାନିଜ ଏନ୍‌ସେଫାଲାଇଟିସ୍‌ ବ୍ୟାପିଥିବା ଅଞ୍ଚଳରେ ଟୀକାକରଣ ବୁମେରାଂ ସାବ୍ୟସ୍ତ ହୋଇପାରେ।”

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଜାପାନିଜ ଏନ୍‌ସେଫାଲାଇଟିସ୍‌ ସଂକ୍ରମଣ ସମୟରେ ଟୀକାକରଣରୁ ସୁଫଳ ମିଳି ନ ଥାଏ। ରୋଗ ବ୍ୟାପି ନ ଥିବା ଅଞ୍ଚଳରେ ମଧ୍ୟ ଟୀକାକରଣରୁ ସୁଫଳ ମିଳି ନ ଥାଏ। ଏହି ରୋଗ ବ୍ୟାପି ନ ଥିବା ବେଳେ ଟୀକାକରଣ କରାଗଲେ ସୁଫଳ ମଳିଥାଏ।