ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ସହ ୧୨ ଦଫା ଦାବି ପୂରଣ ଦାବିରେ ଆମରଣ ଅନଶନ ଓ ଗଣଧାରଣା ଦେବ ସଂଘ।
୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୨୪ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଶିକ୍ଷାନୁଷ୍ଠାନଠାରୁ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଖୋଲିଯାଇଥିବାରୁ ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣିବାର ଦାବି ରଖିଛନ୍ତି କଳାକାର। ପୂର୍ବରୁ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ଅନୁମତି ଦିଆଯାଇଥିଲା। ହେଲେ ଅତି କମରେ ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ଦାବି ରଖିଛି ସଂଘ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ
ସାଧାରଣ ଭକ୍ତ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା। କେବଳ ପ୍ରସ୍ଥାନ କରିବେ। ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
Miscellaneous
କୁଦୋପାଲିର ଇତିହାସ ପଢ଼ିବ ବିଶ୍ୱ; ଗୋଟିଏ ଦିନରେ ସହିଦ ହୋଇଥିଲେ ୫୩ ସଂଗ୍ରାମୀ
କୁଦୋପାଲି ପାହାଡ଼ରେ ଇଂରେଜଙ୍କ ବିରୋଧରେ ହୋଇଥିବା ଲଢ଼େଇରେ ଗୋଟିଏ ଦିନରେ ୫୩ଜଣ ସଂଗ୍ରାମୀ ସହିଦ୍ ହୋଇଥିଲେ। ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟିର ନାମ ରହିଛି 'ଦି ସାଗା ଅଫ୍ କୁଦୋପାଲି, ଦି ଅନସଙ୍ଗ୍ ଷ୍ଟୋରୀ ଅଫ୍ ୧୮୫୭'।
Accident
ଡିଭାଇଡରରେ ପିଟି ହୋଇ ହାଇୱାକୁ ଧକ୍କାଦେଲା ସ୍କର୍ପିଓ; ୨ ମୃତ
ସ୍ଥାନୀୟ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଗାଡ଼ି ଚାଳକ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିଲା।
Politics
କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ବୁଲିବା ଘଟଣା, ସଫେଇ ଦେଲେ କ୍ରୀଡ଼ା ମନ୍ତ୍ରୀ
କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଜବାବ ଦେଲେ କ୍ରୀଡ଼ାମନ୍ତ୍ରୀ।
Crime
NHରେ ଆତଙ୍କ, ଖଣ୍ଡାରେ ଆକ୍ରମଣ କରି ନେଇଗଲେ ୨ ଲକ୍ଷ
ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି।