ବାତ୍ୟାବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର

ଜଗତସଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସଂହପୁର ଜିଲ୍ଳାର ବାତ୍ୟା ବିପନ୍ନମାନଙ୍କୁ ‘ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ’ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଆଳିପିଙ୍ଗଳ, ଯଶୋବନ୍ତପୁର, କଣ୍ଟାବଲ୍ଳଭପୁର ଓ ଦୋଭୋଗ ଅଞ୍ଚଳର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସଂଘ ତରଫରୁ ପଲିଥିନ ଓ ଷ୍ଟିଲ୍ ବାସନ ପ୍ରଦାନ କରାଯାଇଛି। ସଂଘର ସଭାପତି ଦୈତାରୀ ପଣ୍ଡା ଓ ସଂପାଦକ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ରଜବିହାରୀ ନାୟକ ଓ ଗୌର ଦାସ ପ୍ରମୁଖ କଳାକାରମାନେ ବାତ୍ୟାବିପନ୍ନଙ୍କୁ ଭେଟି ଏହି ସହାୟତା ପ୍ରଦାନ […]

jatra

Jitendra Garnayak
  • Published: Thursday, 16 May 2019
  • , Updated: 16 May 2019, 09:50 PM IST

ଜଗତସଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସଂହପୁର ଜିଲ୍ଳାର ବାତ୍ୟା ବିପନ୍ନମାନଙ୍କୁ ‘ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ’ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଆଳିପିଙ୍ଗଳ, ଯଶୋବନ୍ତପୁର, କଣ୍ଟାବଲ୍ଳଭପୁର ଓ ଦୋଭୋଗ ଅଞ୍ଚଳର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସଂଘ ତରଫରୁ ପଲିଥିନ ଓ ଷ୍ଟିଲ୍ ବାସନ ପ୍ରଦାନ କରାଯାଇଛି।

ସଂଘର ସଭାପତି ଦୈତାରୀ ପଣ୍ଡା ଓ ସଂପାଦକ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ରଜବିହାରୀ ନାୟକ ଓ ଗୌର ଦାସ ପ୍ରମୁଖ କଳାକାରମାନେ ବାତ୍ୟାବିପନ୍ନଙ୍କୁ ଭେଟି ଏହି ସହାୟତା ପ୍ରଦାନ କରିଛନ୍ତି। ଏହାସହ ସେମାନଙ୍କର ଅଭାବ, ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

ପୂର୍ବରୁ ସଂଘ ତରଫରୁ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଳାରେ ମଧ୍ୟ ବାତ୍ୟାବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ବାତ୍ୟା ‘ଫୋନି’ରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Related story