ମାଲକାନଗିରି(ଜିତେନ୍ଦ୍ର ବେଉରା) : ୭ ମାସ ତଳେ ବିବାହ କରିଥିଲେ। ଏହାପରେ କିଛି ମାନସିକ ଚାପରେ ରହୁଥିଲେ। ହେଲେ ଆଜି ସକାଳୁ ହଠାତ୍ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଘଟିଛି। ମୃତ ହେଲେ SSBNର କନଷ୍ଟେବଳ ଦୁର୍ଯ୍ୟୋଧନ ମାଝୀ । ପାରିବାରିକ କଳହରୁ ଦୁର୍ଯୋଧନ ଏପରି ଚରମ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।
ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ଦୁର୍ଯ୍ୟୋଧନ ପୋଟେରୁ ଫାଣ୍ଡିରେ କାର୍ଯ୍ୟରତ ଥିବା ବେଳେ ୭ ମାସ ପୂର୍ବେ ବିବାହ କରିଥିଲେ। ଏହାପରେ ସେ କିଛି କିଛି ଅଶାନ୍ତି ରହୁଥିବା ସହକର୍ମୀ ଲକ୍ଷ କରିଥିଲେ। ଆଜି ସକାଳୁ ସବୁ ଠିକ୍ ଥିବା ବେଳେ ହଠାତ୍ ନିଜ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଦେଲେ ଦୁର୍ଯ୍ୟୋଧନ । ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।
ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି। ପରିବାର ଲୋକ ପହଞ୍ଚିଲେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।