ଦାମଙ୍କୁ ଭେଟିଲେ ବୈଜୟନ୍ତ, ପ୍ରତିକ୍ରିୟାରେ କହିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଗତକାଲି ବିଜେଡିରୁ ବହିଷ୍କାର କରାଯିବା ପରେ ପରେ ଆଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ଭେଟିଥିଲେ। ବୈଜୟନ୍ତ ତାଙ୍କୁ ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ଦାମଙ୍କୁ ଭେଟିବା ପରେ ବୈଜୟନ୍ତ କହିଥିଲେ,“ ଦାମ ବାବୁଙ୍କୁ ନୈତିକ ସମର୍ଥନ ଦେବାକୁ ଆସିଥିଲି। ତାଙ୍କ ଉପରେ ଆକ୍ସନ୍‌ ହେବା ବଡ଼ ଦୁଃଖର କଥା। ବିଜୁ ବାବୁଙ୍କ ସହ କାମ କରିଥିବା ଲୋକଙ୍କୁ ଜଣ ଜଣ କରି ବିଦା […]

baijayant

Jitendra Garnayak
  • Published: Thursday, 13 September 2018
  • , Updated: 13 September 2018, 06:01 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଗତକାଲି ବିଜେଡିରୁ ବହିଷ୍କାର କରାଯିବା ପରେ ପରେ ଆଜି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କୁ ଭେଟିଥିଲେ। ବୈଜୟନ୍ତ ତାଙ୍କୁ ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ।

ଦାମଙ୍କୁ ଭେଟିବା ପରେ ବୈଜୟନ୍ତ କହିଥିଲେ,“ ଦାମ ବାବୁଙ୍କୁ ନୈତିକ ସମର୍ଥନ ଦେବାକୁ ଆସିଥିଲି। ତାଙ୍କ ଉପରେ ଆକ୍ସନ୍‌ ହେବା ବଡ଼ ଦୁଃଖର କଥା। ବିଜୁ ବାବୁଙ୍କ ସହ କାମ କରିଥିବା ଲୋକଙ୍କୁ ଜଣ ଜଣ କରି ବିଦା କରାଯାଉଛି।”

ସେ କହିଛନ୍ତି,“ଯେଉଁ ଦଳକୁ ନେଇ ଆମେ ଗର୍ବ କରୁଥିଲୁ, ସେ ଦଳ ଆଉ ନାହିଁ। ଆଗରୁ ଭ୍ରଷ୍ଟାଚାରର ବାସ୍ନା ମିଳିଲେ ଆକ୍ସନ ନିଆଯାଉଥିଲା। ହେଲେ ଏବେ ଦୁର୍ନୀତି ଅଭିଯୋଗ ଆସିଲେ ଅଭିଯୋଗକାରୀଙ୍କ ଉପରେ ଆକ୍ସନ ହେଉଛି।”

ଅନ୍ୟପକ୍ଷରେ ଦାମୋଦର ରାଉତ କହିଛନ୍ତି,“ ବୈଜୟନ୍ତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ରାଜନୈତିକ ଉଦ୍ଦେଶ୍ୟରେ କିଛି ଆଲୋଚନା ହୋଇନି। ନବୀନ ସ୍ଥିତି ରକ୍ଷା ପାଇଁ ନୀତି ବଦଳାଉଛନ୍ତି ଯାହା ବିଜୁ ଆଦର୍ଶ ବାହାରେ। ଏବେ ବିଜେଡିରେ ଆଉ କେହି ବିଜୁ ସମର୍ଥକ ନାହାନ୍ତି।”

ଦାମଙ୍କ ବାସଭବନ ଆଗରେ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

Related story