ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଆଦର୍ଶପଡାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏହା ସହିତ ଦେଓଗାଁ ବ୍ଲକ ଅଫିସରେ ମଧ୍ୟ ଖୋଲତାଡ କରୁଛନ୍ତି ଭିଜିଲାନ୍ସ ଟିମ୍‌ । ସମ୍ୱଲପୁର, ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ଭିଜିଲାନ୍ସ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି । ଯନ୍ତ୍ରୀଙ୍କ ଘର, ଜାଗାବାଡି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା ଏସବୁକୁ ନେଇ ସଂପତ୍ତିର […]

jee

jee

Niharika Rout
  • Published: Wednesday, 25 November 2020
  • Updated: 25 November 2020, 09:52 AM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଆଦର୍ଶପଡାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଏହା ସହିତ ଦେଓଗାଁ ବ୍ଲକ ଅଫିସରେ ମଧ୍ୟ ଖୋଲତାଡ କରୁଛନ୍ତି ଭିଜିଲାନ୍ସ ଟିମ୍‌ । ସମ୍ୱଲପୁର, ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ଭିଜିଲାନ୍ସ ଟିମ ଚଢ଼ାଉରେ ସାମିଲ ହୋଇଛନ୍ତି ।

ଯନ୍ତ୍ରୀଙ୍କ ଘର, ଜାଗାବାଡି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ନଗଦ ଟଙ୍କା ଏସବୁକୁ ନେଇ ସଂପତ୍ତିର ଆକଳନ କରୁଛି ଭିଜିଲାନ୍ସ ବିଭାଗ । ଚଢ଼ାଉ ସମୟରେ ଗିରିଷଙ୍କ ଘରୁ ନଗଦ ୮୦ ହଜାର ଟଙ୍କା ଏବଂ କିଛି ସୁନା ଅଳଙ୍କାର ମିଳିଥିବା ଜଣାଯାଇଛି।

ସବୁକିଛିର ଆକଳନ କରିବା ପରେ  କେତେ ଆୟ ବର୍ହିଭୁତ ସଂପତ୍ତି ରହିଛି ଜଣା ପଡିବ ବୋଲି କହିଛନ୍ତି ବଲାଙ୍ଗିର ଭିଜିଲାନସ ଡି.ଏସ.ପି ।  ଅନ୍ୟପଟେ କୌଣସି ଆୟବର୍ହିଭୁତ ସଂପତ୍ତି ନାହିଁ। ୨୫ ବର୍ଷର ଚାକିରି କାଳ ମଧ୍ୟରେ ଘର ଖଣ୍ଡେ କରିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos