ଅଫିସ୍‌ରେ ପଶି ବିଡିଓଙ୍କୁ ମାଡ଼

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ କାର୍ଯ୍ୟାଳୟ ମଧ୍ୟରେ ପଶି ତିନି ଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ତିନି ଅଭିଯୁକ୍ତ ହେଉଛନ୍ତି ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁ। ସେମାନେ ଫେରାର ହୋଇଯାଇଛନ୍ତି। ବିଡିଓ ଶ୍ରୀ ମେହେର ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ସେ ଅଫିସ୍‌ରେ ତାଙ୍କ ଚାମ୍ବରରେ କାର୍ଯ୍ୟବ୍ୟସ୍ତ ଥିବା ବେଳେ ପାଲିଆ ଗାଁର ରମେଶ […]

BDO

BDO

Jitendra Garnayak
  • Published: Thursday, 24 November 2022
  • Updated: 24 November 2022, 07:01 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଡିଓ ସତ୍ୟନାରାୟଣ ମେହେରଙ୍କୁ କାର୍ଯ୍ୟାଳୟ ମଧ୍ୟରେ ପଶି ତିନି ଜଣ ଲୋକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ବିଡିଓ ଝରିଗାଁ ଥାନାରେ ଏତଲା ଦେଇଛନ୍ତି। ତିନି ଅଭିଯୁକ୍ତ ହେଉଛନ୍ତି ପବିତ୍ର ସାନ୍ତା, ରମେଶ ହରିଜନ ଓ ଅଭୟ ସ୍ୱାଇଁ। ସେମାନେ ଫେରାର ହୋଇଯାଇଛନ୍ତି।

ବିଡିଓ ଶ୍ରୀ ମେହେର ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ, ସେ ଅଫିସ୍‌ରେ ତାଙ୍କ ଚାମ୍ବରରେ କାର୍ଯ୍ୟବ୍ୟସ୍ତ ଥିବା ବେଳେ ପାଲିଆ ଗାଁର ରମେଶ ହରିଜନ ଓ ପବିତ୍ର ସାନ୍ତା ବଳପୂର୍ବକ ସେଠାରେ ପ୍ରବେଶ କରିଥିଲେ ଏବଂ ତାଙ୍କୁ ଆକ୍ରମଣ କରିଥିଲେ। କେସ୍ ରେକର୍ଡରେ ଦସ୍ତଖତ ନ କଲେ ଜୀବନରେ ମାରି ଦେବାକୁ ସେମାନେ ଧମକ ଦେଇଥିଲେ। ଝରିଗାଁର ଅଭୟ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କୁ କେସ୍ ରେକର୍ଡରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ। ଅଭୟଙ୍କର ଗ୍ରାମପଞ୍ଚାୟତ ମାମଲା ସହିତ କୌଣସି ସଂପୃକ୍ତି ନାହିଁ। ସେମାନେ ତାଙ୍କୁ ତାଙ୍କ ଜାତି ନେଇ ଗାଳିଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ପବିତ୍ର ସାନ୍ତା ଓ ରମେଶ ହରିଜନ କିଛି ସରକାରୀ ନଥିପତ୍ର ନେଇଯାଇଛନ୍ତି ବୋଲି ବିଡିଓ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ୭ ଜଣ ସାକ୍ଷୀ ଥିବା ମଧ୍ୟ ବିଡିଓ ଦର୍ଶାଇଛନ୍ତି।

ଅଭିଯୋଗ ପାଇବା ପରେ ଉମରକୋଟ ଏସ୍‌ଡିପିଓ ସୁବେନ୍ଦୁ କୁମାର ଶବର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଆକ୍ରମଣକାରୀଙ୍କୁ ଧରିବା ପାଇଁ ଟିମ୍ ଗଠନ କରାଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story