ଖବର ସଂଗ୍ରହ ବେଳେ ପୁରୀରେ ସାମ୍ବାଦିକଙ୍କୁ ଆକ୍ରମଣ

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁରୀରେ ଆକ୍ରମଣ ହୋଇଛି। ଖବର ସଂଗ୍ରହ ବେଳେ ଦୈନିକ ଖବରକାଗଜ ପ୍ରମେୟର କ୍ରାଇମ ରିପୋର୍ଟର ବିକ୍ରମ ଆଚାର୍ଯ୍ୟଙ୍କୁ କିଛି ଯୁବକ ପ୍ରବଳ ମାଡ଼ ମାରିଛନ୍ତି। ଆକ୍ରମଣରେ ବିକ୍ରମଙ୍କ ମୁହଁ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରବିବାର ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, […]

Reporter

Reporter

Hemant Lenka
  • Published: Monday, 16 May 2022
  • Updated: 16 May 2022, 05:04 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁଣି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପୁରୀରେ ଆକ୍ରମଣ ହୋଇଛି। ଖବର ସଂଗ୍ରହ ବେଳେ ଦୈନିକ ଖବରକାଗଜ ପ୍ରମେୟର କ୍ରାଇମ ରିପୋର୍ଟର ବିକ୍ରମ ଆଚାର୍ଯ୍ୟଙ୍କୁ କିଛି ଯୁବକ ପ୍ରବଳ ମାଡ଼ ମାରିଛନ୍ତି। ଆକ୍ରମଣରେ ବିକ୍ରମଙ୍କ ମୁହଁ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରବିବାର ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଘଟଣା।

ମିଳିଥିବା ସୂଚନା ଅନୁଯାୟୀ, ହୋଟେଲ ଭିକ୍ଟୋରିଆ ନିକଟରେ ରାହୁଲ ଦାସ ନାମକ ଜଣେ ଯୁବକ ଫାଷ୍ଟଫୁଡ୍‌ ଦୋକାନ କରିଛନ୍ତି। କାଲି ରବିବାର ଥିବାରୁ ସମୁଦ୍ର କୂଳରେ ପ୍ରବଳ ଭିଡ଼ ହୋଇଥିଲା। ଏହାର ଫାଇଦା ନେଇ ଫାଷ୍ଟ ଫୁଡ ଦୋକାନୀ ରାହୁଲ ପର୍ଯ୍ୟଟକଙ୍କୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିଥିଲେ। ଏପରି କି କିଛି ପର୍ଯ୍ୟଟକଙ୍କୁ ସେ ଦୁର୍ବ୍ୟବହାର ମଧ୍ୟ କରିଥିଲେ। ଏହି ଖବର ପାଇ ବିକ୍ରମ ସେଠାରେ ପହଞ୍ଚିଥିଲେ।

ସେ ପର୍ଯ୍ୟଟକଙ୍କ ଠାରୁ ଘଟଣା ବିଷୟରେ ତଥ୍ୟ ହାସଲ କରୁଥିବା ବେଳେ ରାହୁଲ ଓ ତାଙ୍କ ସମର୍ଥକମାନେ ଏହାର ପ୍ରତିବାଦ କରିଥିଲେ। ତୁମର ଏଠି କ’ଣ କାମ ଓ ନ୍ୟୁଜ କରି ତୁମେ କଣ କରିନେବ ବୋଲି ସେମାନେ ବିକ୍ରମଙ୍କୁ ଧମକ ଚମକ ଦେଇଥିଲେ। ଏହାପରେ ସମସ୍ତେ ମିଳିତ ଭାବେ ବିକ୍ରମଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ବିକ୍ରମଙ୍କ ମୁହଁ ଫାଟି ଯିବା ସହ ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗଭୀର ଆଘାତ ଲାଗିଛି। ଆକ୍ରମଣ ସମୟରେ ଅଭିଯୁକ୍ତମାନେ ବିକ୍ରମଙ୍କ ମୋବାଇଲ ଫୋନ ଓ ସୁନା ମୁଦି ମଧ୍ୟ ଛଡ଼ାଇ ନେଇଥିବା ସେ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ସମୁଦ୍ର କୂଳ ଥାନା ଆଇଆଇସି ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଥିଲା। ସେଠାରୁ ଆକ୍ରମଣରେ ସାମିଲ ଥିବା ୫ ଅଭିଯୁକ୍ତଙ୍କୁ ଥାନାକୁ ଆଣି ଅଟକ ରଖାଯାଇଛି। ଏଥିସହ ବିକ୍ରମଙ୍କ ବୟାନ ମଧ୍ୟ ପୁଲିସ୍‌ ରେକର୍ଡ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନ ବେଳେ ପୁରୀରେ ସାମ୍ବାଦିକମାନଙ୍କୁ ଆକ୍ରମଣ କରାଯାଇଥିଲେ। ସେହିପରି କିଛି ମାସ ତଳେ ବଡ଼ଶଙ୍ଖ ଠାରେ ମଧ୍ୟ ଜଣେ ସାମ୍ବାଦିକ ଆକ୍ରମଣର ଶିକାର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story