ସୁନ୍ଦରଗଡ଼: ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ଛକ ନିକଟରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କିଞ୍ଜିରକେଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀ ଜଣଙ୍କ ବେହେରାଡିହିର ଭୀମସେନ ବାଖଲାଙ୍କ ଝିଅ ପ୍ରୀତି ବୋଲି ଜଣାପଡ଼ିଛି। ପ୍ରୀତି ଜଣେ ପୋଲିସ୍ କର୍ମଚାରୀଙ୍କୁ ପ୍ରେମ ବିବାହ କରି କୋରାପୁଟର ଦାମନଯୋଡ଼ିରେ ରହୁଥିଲେ। ଗତକାଲି ବାପା ଘରକୁ ଆସୁଥିବା ବେଳେ ତାଙ୍କୁ କେହି […]

deadbody

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 07:06 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ବେହେରାଡିହି ଛକ ନିକଟରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବତୀ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କିଞ୍ଜିରକେଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଯୁବତୀ ଜଣଙ୍କ ବେହେରାଡିହିର ଭୀମସେନ ବାଖଲାଙ୍କ ଝିଅ ପ୍ରୀତି ବୋଲି ଜଣାପଡ଼ିଛି। ପ୍ରୀତି ଜଣେ ପୋଲିସ୍ କର୍ମଚାରୀଙ୍କୁ ପ୍ରେମ ବିବାହ କରି କୋରାପୁଟର ଦାମନଯୋଡ଼ିରେ ରହୁଥିଲେ। ଗତକାଲି ବାପା ଘରକୁ ଆସୁଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୃତ ଦେହ ନିକଟରେ ଭ୍ୟାନିଟି ବ୍ୟାଗ୍, କଦଳୀ, ଚପଲ ଓ ମୋବାଇଲ୍ ଫୋନ୍ ଆଦି ପଡ଼ିଥିଲା। ତାଙ୍କ ଶରୀରେ କିଛି କ୍ଷତ ମଧ୍ୟ ଦେଖିବାକୁ ମିଳିଛି। ତେବେ ତଦନ୍ତ ପରେ ଯାଇ ମୃତ୍ୟୁର କାରଣ ଜଣାପଡ଼ିବ।

Related story