ଜଙ୍ଗଲଜମି କିସମ ପରିବର୍ତ୍ତନ ପାଇଁ ଏସଓପି, ୮ ସପ୍ତାହ ସୁଦ୍ଧା ମିଳିବ କ୍ଳିଅରାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଜମିରେ ବିଭିନ୍ନ ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକ କ୍ଲିଅରାନ୍ସ ଏଣିକି ୬ରୁ ୮ ସପ୍ତାହ ସୁଦ୍ଧା ମିଳିବ। ସାମାଜିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ଗୁରୁତ୍ୱପୂର୍ଣ୍ଣ ସୁଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି ନେଇଛି। ମିଳିଥିବା […]

jungle

jungle

Manoranjan Sial
  • Published: Friday, 01 November 2019
  • Updated: 01 November 2019, 09:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ଜମିରେ ବିଭିନ୍ନ ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ପାଇଁ ଆବଶ୍ୟକ କ୍ଲିଅରାନ୍ସ ଏଣିକି ୬ରୁ ୮ ସପ୍ତାହ ସୁଦ୍ଧା ମିଳିବ। ସାମାଜିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ଗୁରୁତ୍ୱପୂର୍ଣ୍ଣ ସୁଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି ନେଇଛି।

ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନ୍ତର୍ଗତ ବିଭିନ୍ନ ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ନିମନ୍ତେ ଜଙ୍ଗଲ ବିଭାଗ ୬ରୁ ୮ ସପ୍ତାହ ସୁଦ୍ଧା ଜଙ୍ଗଲଜମି କିସମ ପରିବର୍ତ୍ତନ ନିମନ୍ତେ କ୍ଲିଅରାନ୍ସ ଯୋଗାଇ ଦେବ। ଏଥିପାଇଁ ଚିଠା ଗାଇଡଲାଇନ୍ ବା ଏସଓପି ଜାରି କରାଯାଇଛି।
ସ୍କୁଲ, ଡିସପେନସାରୀ ବା ହସ୍ପିଟାଲ, ଅଙ୍ଗନୱାଡି କେନ୍ଦ୍ର, ସହଜ ସୁଲଭ ଦୋକାନ, ଇଲେକ୍ଟ୍ରିକ ଓ ଟେଲିଫୋନ୍ ଲାଇନ୍ , ପାଣି ଟାଙ୍କି ଓ ଅନ୍ୟାନ୍ୟ କ୍ଷୁଦ୍ର ଜଳାଶୟ, ପାନୀୟ ଜଳ ଯୋଗାଣ ଓ ପାଣି ପାଇପଲାଇନ, ପାଣି ଓ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, କ୍ଷୁଦ୍ର ଜଳସେଚନ କେନାଲ, ଅଣପାରମ୍ପରିକ ଉତ୍ସରୁ ଶକ୍ତି ଉତ୍ପାଦନ, ଦକ୍ଷତା ବିକାଶ ବା ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର, ରାସ୍ତା ଓ କମ୍ୟୁନିଟି ସେଣ୍ଟର ଆଦି ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ନିମନ୍ତେ ଯଦି ଏକ ହେକ୍ଟରରୁ କମ୍ ଜଙ୍ଗଲଜମି କିସମ ପରିବର୍ତ୍ତନ ଆବଶ୍ୟକ ପଡ଼ୁଥିବ ତା’ହେଲେ ରାଜ୍ୟ ଜଙ୍ଗଲ ବିଭାଗ ମାତ୍ର ୬ରୁ ୮ ସପ୍ତାହ ସୁଦ୍ଧା ସେହି କ୍ଲିଅରାନ୍ସ ଯୋଗାଇ ଦେବ ବୋଲି ଏହି ନୂଆ ଏସଓପିରେ ଉଲ୍ଲେଖ ରହିଛି।

ତେବେ ଏସଓପି ଅନୁସାରେ ଏଭଳି ବିକାଶମୂଳକ ପ୍ରକଳ୍ପ ପାଇଁ ନିଶ୍ଚିତ ଭାବେ ସ୍ଥାନୀୟ ଗ୍ରାମସଭାର ଅନୁମୋଦନ ବାଧ୍ୟତାମୂଳକ। ଜଙ୍ଗଲ ଅଧିକାର ଆଇନ-୨୦୦୬ର ଧାରା-୩ର ଉପଧାରା-୨ ପ୍ରାବଧାନ ଅନ୍ତର୍ଗତ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଅଣଜଙ୍ଗଲ ଉଦ୍ଦେଶ୍ୟରେ ଜଙ୍ଗଲଜମିର କିସମ ପରିବର୍ତ୍ତନ କାର୍ଯ୍ୟକାରୀ କରିବା ପାଇଁ ପୂର୍ବରୁ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛିି। ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ଯାହା ସବୁ ପ୍ରାବଧାନ ଓ ପ୍ରକ୍ରିୟା ତାହା ବଳବତ୍ତର ରହିବ। ତେବେ ୧ ହେକ୍ଟରରୁ କମ୍ ଜମିର ଜଙ୍ଗଲ କିସମ ପରିବର୍ତ୍ତନ ପାଇଁ କ୍ଲିଅରାନ୍ସ ପ୍ରକ୍ରିୟା ରାଜ୍ୟ ଜଙ୍ଗଲ ବିଭାଗର କ୍ଷମତା ପରିସରଭୁକ୍ତ। ରାଜ୍ୟ ଜଙ୍ଗଲ ବିଭାଗ ଏହି ପ୍ରକ୍ରିୟାକୁ ପାଳନ କରି ‘ଫାଇଭ-ଟି’ ଅନ୍ତର୍ଗତ ସଂସ୍କାର ପ୍ରକ୍ରିୟାରେ ତ୍ୱରିତ୍ କ୍ଲିଅରାନ୍ସ ଦେବା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି।
କୌଣସି ସରକାରୀ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଜଙ୍ଗଲଜମି କିସମ ପରିବର୍ତ୍ତନ ପ୍ରକ୍ରିୟା ନିମନ୍ତେ ଆବେଦନ ମିଳିବା ପରେ ତାହା ଗ୍ରାମସଭାର ଅନୁମୋଦନ ପାଇଁ ପଠାଯିବ। ଗ୍ରାମସଭାର ଅନୁମୋଦନଠୁ ଜିଲ୍ଲାସ୍ତରୀୟ କମିଟି ଓ ରେଞ୍ଜ ଅଫିସ ପର୍ଯ୍ୟନ୍ତ କ୍ଲିଅରାନ୍ସ ପ୍ରକ୍ରିୟା ସର୍ବାଧିକ ୬ରୁ ୮ ସପ୍ତାହ ସୁଦ୍ଧା ମିଳିବ। ଏଥିପାଇଁ ଏସଓପିରେ ବିଭିନ୍ନ ପର୍ଯ୍ୟାୟରେ ଥିବା କ୍ଲିଅରାନ୍ସ ହାସଲ ନିମନ୍ତେ ସମୟସୀମା ନିର୍ଦ୍ଧାରଣ କରାଯାଇଛି।

ସୂଚନାଯୋଗ୍ୟ, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ବାସିନ୍ଦା( ଜଙ୍ଗଲ ଅଧିକାର) ଆଇନ-୨୦୦୬ର ଧାରା -୩ର ଉପଧାରା ୨ ଅନୁସାରେ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ସଂକ୍ରାନ୍ତ ସମସ୍ତ ଜଙ୍ଗଲ ଜମି କିସମ ପରିବର୍ତ୍ତନ କାର୍ଯ୍ୟ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ। ତେବେ ଯେଉଁ ପ୍ରକଳ୍ପଗୁଡ଼ିକ ପାଇଁ ଜଙ୍ଗଲ ଜମିରେ ହେକ୍ଟର ପିଛା ୭୫ଟି ଗଛ ନଷ୍ଟ ହେଉନଥିବ ସେହି ଜମିର କିସମ ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାର କ୍ଲିଅରାନ୍ସ ଦେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story