‘କାଳିଆ’ର ଗୋଲକ ଧନ୍ଦା: ଚାଷୀଙ୍କ ସଂଖ୍ୟା ଓ ସହାୟତାରେ ତାଳମେଳ ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ନିଜର ମହାତ୍ୱାକାଂକ୍ଷୀ ଯୋଜନା ‘କାଳିଆ’ର ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଏବେ ରାଜ୍ୟ ସରକାର ଗୋଲକ ଧନ୍ଦା ଭିତରକୁ ଠେଲି ହୋଇଯାଇଛନ୍ତି। ରାଜ୍ୟରେ ଚାଷୀଙ୍କ ସଂଖ୍ୟା କେତେ, ଯୋଗ୍ୟ-ଅଯୋଗ୍ୟ କେତେ ଓ କେତେଜଣଙ୍କୁ ସହାୟତା ରାଶି ମିଳିବ ତାକୁ ନେଇ କୃଷି ବିଭାଗ ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ଦ୍ୱିତୀୟ କିସ୍ତି ‘କାଳିଆ’ ରାଶି ପ୍ରଦାନ କରିବା ଏବେ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଛି। ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାରେ ବିଧାୟକ ଗଣେଶରାମ […]

arunasahoo

arunasahoo

Jitendra Garnayak
  • Published: Wednesday, 27 November 2019
  • Updated: 27 November 2019, 09:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ପାଇଁ ନିଜର ମହାତ୍ୱାକାଂକ୍ଷୀ ଯୋଜନା ‘କାଳିଆ’ର ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଏବେ ରାଜ୍ୟ ସରକାର ଗୋଲକ ଧନ୍ଦା ଭିତରକୁ ଠେଲି ହୋଇଯାଇଛନ୍ତି। ରାଜ୍ୟରେ ଚାଷୀଙ୍କ ସଂଖ୍ୟା କେତେ, ଯୋଗ୍ୟ-ଅଯୋଗ୍ୟ କେତେ ଓ କେତେଜଣଙ୍କୁ ସହାୟତା ରାଶି ମିଳିବ ତାକୁ ନେଇ କୃଷି ବିଭାଗ ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ଦ୍ୱିତୀୟ କିସ୍ତି ‘କାଳିଆ’ ରାଶି ପ୍ରଦାନ କରିବା ଏବେ ସରକାରଙ୍କ ମୁଣ୍ଡବ୍ୟଥା ପାଲଟିଛି।

ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାରେ ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ତଥ୍ୟ ଅନୁସାରେ ୫୧.୦୫ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ସହାୟତା ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୫,୯୬୫ଜଣ ଅଯୋଗ୍ୟ ଅଛନ୍ତି। ଏହି ସହାୟତା ବାବଦରେ ରାଜ୍ୟ ସରକାର ମୋଟ ୨୫୫୨.୬୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଚଳିତ ମାସରେ ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତି ସହାୟତା ରାଶି ଦିଆଯିବ। ତେବେ ଏହି ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କେତେ ତା’ର ତାଲିକା ଏପର୍ଯ୍ୟନ୍ତ ଜାରି କରିବାରେ କୃଷି ବିଭାଗ ସକ୍ଷମ ହୋଇପାରିନି।

ଅନ୍ୟପକ୍ଷରେ ଆଜି ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ସଦ୍ୟ ପ୍ରକାଶିତ ରାଜ୍ୟ କୃଷି ଗଣନା ରିପୋର୍ଟ ଅନୁସାରେ ଏବେ ମୋଟ ୪୮ ଲକ୍ଷ ୬୫ହଜାର ୮୫୦ଜଣ ଚାଷୀ ଅଛନ୍ତି, ଯେଉଁମାନଙ୍କ ମାଲିକାନାରେ ଜମି ରହିଛି । ଏଥିରେ ଭାଗଚାଷୀ ବି ସାମିଲ ଅଛନ୍ତି ।ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପଞ୍ଚମ ପାଳି ସରକାର ଗଠନ କରିବା ଦିନ ହିଁ କ୍ୟାବିନେଟ୍ ବୈଠକ ଡାକି ‘କାଳିଆ’ ଯୋଜନାର ହିତାଧିକାରୀ ପରିବାର ସଂଖ୍ୟା ୭୫ଲକ୍ଷକୁ ବୃଦ୍ଧି କରିଥିଲେ। ଏଥିରେ ୫୦ଲକ୍ଷ ଚାଷୀ ପରିବାର କ୍ଷୁଦ୍ର, ନାମମାତ୍ର, ପ୍ରକୃତ ଚାଷୀ ଓ ଭାଗଚାଷୀ ହୋଇଥିବାବେଳେ ୯.୪ଲକ୍ଷ ଚାଷୀ ଭୂମିହୀନ ପରିବାର ରହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କ ନିଜସ୍ୱ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ସବୁ ବର୍ଗର ଚାଷୀଙ୍କୁ ମିଶାଇଲେ ମୋଟ ୪୮.୬୫ଲକ୍ଷ ଚାଷୀ ଥିବାବେଳେ କେଉଁ କାରଣରୁ ‘କାଳିଆ’ ଯୋଜନାର ହିତାଧିକାରୀ ପରିବାର ସଂଖ୍ୟା ୭୫ଲକ୍ଷକୁ ବୃଦ୍ଧି କରାଯାଇଥିଲା। ଏବେ ପ୍ରଥମ ପର୍ଯ୍ୟାୟ ସହାୟତା ଦେଇ ସରକାର କାହିଁକି ଚୁପ୍ ବସିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ସହାୟତା ଦେବା ପାଇଁ ଚାଷୀଙ୍କ ସଂଖ୍ୟାରେ ତାଳମେଳ ରହୁନି ନା ପୁଣିଥରେ ଅଯୋଗ୍ୟ ହିତାଧିକାରୀ ସହାୟତା ନେଇଯିବେ ବୋଲି ସରକାର ଆଶଙ୍କା କରୁଛନ୍ତି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story