‘କଳିଙ୍ଗ ଶିକ୍ଷାସାଥୀ’ ଯୋଜନାରେ ଉଚ୍ଚଶିକ୍ଷା ପାଇଁ ମିଳିବ ୧% ସୁଧରେ ଋଣ

ଭୁବନେଶ୍ୱର: ‘କଳିଙ୍ଗ ଶିକ୍ଷାସାଥୀ’ ନାମରେ ଏକ ନୂଆ ଯୋଜନା ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଯୋଜନାରେ ଶିକ୍ଷାର୍ଥୀଙ୍କୁ ୧% ସୁଧ ହାରରେ ଋଣ ମିଳିବ। ସୁଧ ରହାତି ପାଇଁ ରହିବ ୫ ଶହ କୋଟି ଟଙ୍କାର ପାଣ୍ଠି। ଉଚ୍ଚ ଶିକ୍ଷା ଯଥା ମ୍ୟାନେଜ୍‌ମେଣ୍ଟ, ଆଇନ୍‌, ମେଡିକାଲ ଓ ଇଞ୍ଜିନିୟରିଂ ପଢିବା ଲାଗି ଏହି ଯୋଜନା ସହାୟକ ହେବ। ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଯୋଜନାକୁ ଉତ୍ସର୍ଗ କରିଛନ୍ତି ରାଜ୍ୟସରକାର।

ଏନେଇ ନୂଆ ଯୋଜନାର ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ମୋ ସରକାର ଶିକ୍ଷାକୁ ସବୁଠାରୁ ଅଧିକ ମାନ୍ୟତା ଦେଇଛି। ଏହାର ଉନ୍ନତି ପାଇଁ ଛାତ୍ରଛାତ୍ରୀଙ୍କୁ ‘କଳିଙ୍ଗ ଶିକ୍ଷାସାଥୀ’ ନୂଆ ଯୋଜନାରେ ବାର୍ଷିକ ୧ % ସୁଧହାରରେ ଋଣ ଯୋଗାଇବାକୁ ଆମେ ନିଷ୍ପତ୍ତି ନେଇଛୁ। ମୁଁ ଆଶା କରୁଛି ଏହା ଉଚ୍ଚଶିକ୍ଷା ପାଇଁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସହାୟକ ହେବ। ମୁଖ୍ୟତଃ ମ୍ୟାନେଜ୍‌ମେଣ୍ଟ, ଆଇନ୍‌, ଇଞ୍ଜିନିୟରିଂ ଓ ମେଡିକାଲରେ ପଢିବା ପାଇଁ ଛାତ୍ରଛାତ୍ରୀମାନେ କମ୍‌ ସୁଧ ହାରରେ ଋଣ ନେଇପାରିବେ। ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଏହି ଯୋଜନା ତାଙ୍କୁ ଉତ୍ସର୍ଗ କରାଗଲା। ମୁଁ ଆଶା କରୁଛି ସେମାନେ ଓଡ଼ିଶା ପାଇଁ ଗୌରବ ଆଣିବେ।”

ଆହୁରି ପଢ଼ନ୍ତୁ

ସ୍ୱାବ୍ ସଂଗ୍ରହ କରିବାକୁ ଯାଇଥିଲା ସ୍ୱାସ୍ଥ୍ୟ ଟିମ୍; ବନ୍ଧୁକ ଦେଖାଇଲେ ଯୁବକ

ଆଜିଠୁ ‘ଭିମସାର’ର ସମସ୍ତ ଓପିଡି ବନ୍ଦ

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପି

#Exclusive ଆଜି ୟୁଏଇରୁ ଫେରୁଛନ୍ତି ୧୮୯ ଓଡ଼ିଆ, ଦୁବାଇରୁ ଭୁବନେଶ୍ୱର ଉଡ଼ିବ ବିମାନ

ବିଜେପିକୁ ପରାମର୍ଶ ଦେଉଛି ବିଜେଡି, ନିଜ ସଂଗଠନ ସମ୍ପାଦକ ମାନୁନାହାନ୍ତି ନିୟମ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

ସ୍ୱାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁ ପଡ଼ିଲେ ସ୍ତ୍ରୀ

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

୧୩୦ ଡାକ୍ତରଙ୍କୁ ପଠାଗଲା ଗଞ୍ଜାମ

‘କରୋନା’ ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ୫ଟି ଜିଲ୍ଲା

ରାଜ୍ୟ ସରକାରଙ୍କ ବିଫଳତାରୁ ଭୟଙ୍କର ସ୍ଥିତିରେ କରୋନା: ବିଜେପି

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ