ଅସ୍କାର ଦୌଡ଼ରେ ସାମିଲ ହୋଇନାହିଁ ଓଡ଼ିଆ ଫିଲ୍ମ କାଲିର ଅତୀତ

ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ଜଣାପଡ଼ିଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ଏହା ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କର ନୀଳମାଧବ ପଣ୍ଡାଙ୍କୁ ଭେଚ୍ଛା ଜଣାଇଥିଲେ। […]

oscar

oscar

Hemant Lenka
  • Published: Tuesday, 23 February 2021
  • Updated: 24 February 2021, 02:38 PM IST

Sports

Latest News

ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ଜଣାପଡ଼ିଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ଏହା ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କର ନୀଳମାଧବ ପଣ୍ଡାଙ୍କୁ ଭେଚ୍ଛା ଜଣାଇଥିଲେ।

ଫେବ୍ରୁଆରୀ ୧୯ ତାରିଖରେ ନୀଳମାଧବ ଟ୍ୱିଟ୍ କରି କହିଥିଲେ “ଚ୍ୟାଲେଞ୍ଜିଂ ବର୍ଷରେ ଖୁସୀ ହେବା ଭଳି ଖବର ଆସିଛି। କାଲିର ଅତୀତ ଫିଲ୍ମ ଅସ୍କାରର ସାଧାରଣ ବର୍ଗରେ ସାମିଲ ହୋଇଛି। ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଟ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଅନ୍ୟ ପୁରସ୍କାର ତାଲିକାରେ ଏହି ଫିଲ୍ମ ପୁରସ୍କାର ଦୌଡ଼ରେ ରହିଛି। ଆକାଡେମୀକ ସ୍କ୍ରିନିଂ ପାଇଁ ମଧ୍ୟ ଏହା ଉପଲବ୍ଧ ହେବ। ସମସ୍ତଙ୍କ ପାଖରେ ମୁଁ ଋଣୀ। ”

ଏହାପରେ ରାଜ୍ୟର ଓ ଦେଶର ଅନେକ ଗଣମାଧ୍ୟମ ନୀଳମାଧବଙ୍କ ଏହି ଟ୍ୱିଟ୍‌କୁ ନେଇ ‘କାଲିର ଅତୀତ’ ଫିଲ୍ମ ଅସ୍କାର ଦୌଡ଼ରେ ସାମିଲ୍ ହୋଇଛି ବୋଲି ଖବର ପ୍ରକାଶ କରିଥିଲେ।

ତେବେ ନୀଳମାଧବ ବେଶ୍‌ ଚତୁରତାର ସହିତ ଅର୍ଦ୍ଧ ସତ୍ୟକୁ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ। ପ୍ରକୃତ କଥା ହେଉଛି, ବିଶ୍ୱର ଯେକୌଣସି ଫିଲ୍ମ ଅସ୍କାର ଦୌଡ଼ରେ ସାମିଲ ହେବା ପାଇଁ ଆବେଦନ କରିପାରିବେ। ଏଥିପାଇଁ କିଛି ନିୟମ ପାଳନ କରିବାକୁ ହେବ ଓ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେବାକୁ ପଡ଼ିବ। ଫିଲ୍ମର ପଞ୍ଜୀକରଣ ହୋଇଯିବା ଅର୍ଥ ନୁହେଁ ଯେ ଅସ୍କାର କମିଟି ଏହାକୁ ପୁରସ୍କାର ଦୌଡ଼ରେ ସାମିଲ କରିଦେଲା।

ପୁରସ୍କାର ଦୌଡ଼ରେ ସାମିଲ ହେବାକୁ ଥିବା ଫିଲ୍ମ କମିଟିକୁ ପସନ୍ଦ ଆସିବା ଦରକାର ଓ ଏହା ଆକାଡେମି ପୁରସ୍କାର ଜିତିବା ସ୍ତରର ହୋଇଥିବା ଦରକାର। ନୀଳମାଧବଙ୍କ ‘କାଲିର ଅତୀତ’ ସହ ଏଭଳି କୌଣସି ଘଟଣା ଘଟି ନାହିଁ। ତଥାପି ସେ କାଲିର ଅତୀତ ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛି ବୋଲି କହି ଲୋକଙ୍କୁ ଭ୍ରମିତ କରିଥିଲେ। ଅସ୍କାର ପୁରସ୍କାର ପାଇବା ତାଲିକାରେ କାଲିର ଅତୀତ ସାମିଲ ହୋଇନାହିଁ। କେବଳ କିଛି ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେଇ ଏହାକୁ ସାଧାରଣ ବର୍ଗରେ ପଞ୍ଜିକୃତ କରାଯାଇଛି।

ସୂଚନାଯୋଗ୍ୟ, ଭାରତର ଏକମାତ୍ର ଫିଲ୍ମ ଜାଲିକଟୁ ହିଁ ୨୦୨୦-୨୧ ବର୍ଷ ପାଇଁ ଅସ୍କାର ଦୌଡ଼ିରେ ସାମିଲ ହୋଇଛି। ଏହା ଏକ ମାଲୟାଲମ ଫିଲ୍ମ ହୋଇଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଲିଜୋ ଜୋସେ ପେଲିସେରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story