ଜଳିଗଲା ୫ ବଖରା ଘର, ଜଣେ ଜୀବନ୍ତ ଦଗ୍ଧ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବାରିହାପୁର ଗାଁ ଶବର ସାହିରେ ଆଜି ଅପରାହ୍ନ ୫ଟା ବେଳେ ଅଗ୍ନିକାଣ୍ଡି ଘଟି ୫ ବଖରା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ବିଚିତ୍ର ବେହେରା ନାମକ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।

ପର୍ଜଙ୍ଗରୁ ଅଗ୍ନିଶମ କର୍ମଚାରୀମାନେ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ ହୋଇଯାଇଛି।