କୋଠା ଘରେ ସ୍ୱପ୍ନ: କୁଡିଆରେ କମଳା

ଜୟପୁର(ଟି. ଗୌରୀଶଙ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଳା ପୂଜାରୀଙ୍କ ନାମରେ ଆଜି ଓୟୁଏଟି କ୍ୟାମ୍ପସ ପରିସରରେ ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏବେ ଓୟୁଏଟି ଛାତ୍ରୀ ‘କମଳା’ ଛାତ୍ରୀନିବାସର ପକ୍କା ଘରେ ରହି ପାଠ ପଢିବେ। ହେଲେ ଦିନେ ସାରା ବିଶ୍ୱରେ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଥିବା କୋରାପୁଟ ଜିଲ୍ଲା ପାତ୍ରପୁରର ଏହି ଆଦିବାସୀ ମହିଳା କେମିତି ଘରେ ରହୁଛନ୍ତି ଓ କେମିତି ଗୁଜୁରାଣ ମେଣ୍ଟାଉଛନ୍ତି ଜାଣିବାକୁ କାହା ପାଖରେ ସମୟ ନାହିଁ। ନୁଆଁଣିଆ ଚାଳ […]

kamala

kamala

Rakesh Mallick
  • Published: Sunday, 26 March 2017
  • Updated: 27 March 2017, 09:05 AM IST

Sports

Latest News

ଜୟପୁର(ଟି. ଗୌରୀଶଙ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କମଳା ପୂଜାରୀଙ୍କ ନାମରେ ଆଜି ଓୟୁଏଟି କ୍ୟାମ୍ପସ ପରିସରରେ ଛାତ୍ରୀନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏବେ ଓୟୁଏଟି ଛାତ୍ରୀ ‘କମଳା’ ଛାତ୍ରୀନିବାସର ପକ୍କା ଘରେ ରହି ପାଠ ପଢିବେ। ହେଲେ ଦିନେ ସାରା ବିଶ୍ୱରେ ରାଜ୍ୟ ତଥା ଦେଶକୁ ଗୌରବାନ୍ୱିତ କରିଥିବା କୋରାପୁଟ ଜିଲ୍ଲା ପାତ୍ରପୁରର ଏହି ଆଦିବାସୀ ମହିଳା କେମିତି ଘରେ ରହୁଛନ୍ତି ଓ କେମିତି ଗୁଜୁରାଣ ମେଣ୍ଟାଉଛନ୍ତି ଜାଣିବାକୁ କାହା ପାଖରେ ସମୟ ନାହିଁ। ନୁଆଁଣିଆ ଚାଳ ଘରେ ପରିବାରର ୬ ଜଣ ସଦସ୍ୟଙ୍କ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି କମଳା। ସଳଖି ଘରକୁ ପଶିବାକୁ ଚେଷ୍ଟା କରିଲେ ଚାଳରେ ମୁଣ୍ଡ ବାଜିବ।

ସରକାର ବିଭିନ୍ନ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେଉଛନ୍ତି। ହେଲେ ବିରଳ ଦେଶୀ ଧାନ ସଂରକ୍ଷଣ କରି ଅନ୍ତର୍ଜାତୀୟ ସମ୍ମାନର ଅଧିକାରୀ କମଳାଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରିନାହିଁ। ପ୍ରଶାସନିକ ଅବହେଳା ହେଉ ଅବା ଅନ୍ୟ କିଛି କାରଣ ଯାହାଙ୍କ ପାଇଁ ଦିନେ ଓଡ଼ିଶା ବିଶ୍ୱ ଦରବାରରେ ଗୌରବର ସହ ମୁଣ୍ଡ ଟେକି ଛିଡା ହୋଇଥିଲା ସେ ଆଜି ଅଧା ଛପର ଉଡି ଯାଇଥିବା ଚାଳ ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ଏପରିକି କମଳାଙ୍କ ପରିବାର ଲୋକଙ୍କୁ ସରକାର ଥଇଥାନ କରିବାକୁ ମଧ୍ୟ ଭୁଲି ଯାଇଥିବା ଅଭିଯୋଗ ହେଉଛି। ରୋଜଗାରର ଅନ୍ୟ ପନ୍ଥା ନ ଥିବାରୁ ତାଙ୍କ ପରିବାର ଲୋକେ କୁଲି ମଜୁରୀ କରି ଗୁଜୁରାଣ ମେଣ୍ଟାଉଛନ୍ତି।

କମଳା କୁହନ୍ତି,“ଦେଶୀ ଧାନ ସଂରକ୍ଷଣ ପାଇଁ ଅତୀତରେ ବହୁ ସମ୍ମାନ ପାଇଛି। ହେଲେ ଆଜି ମୋ ପରିବାର ବହୁ କଷ୍ଟରେ ଚଳିଛି। ଭଙ୍ଗା ଘରେ ରହୁଛି। ବାରମ୍ବାର ଜଣାଇବା ସତ୍ତ୍ୱେ ଇନ୍ଦିରାଆବାସ ଖଣ୍ଡେ ମୋ ଭାଗ୍ୟରେ ଜୁଟିନାହିଁ।”

୨୦୦୨ ମସିହାରେ ଜୋହାନ୍ସବର୍ଗରେ କମଳାଙ୍କୁ ଇକ୍ୱେଟର ଇନିସିଏଟିଭି ସମ୍ମାନରେ ସମ୍ମାନିତ କରାଯାଇଥିଲା। ୨୦୦୪ ମସିହାରେ ରାଜ୍ୟ ସରକାର ବି ତାଙ୍କୁ ସମ୍ମାନିତ କରିଥିଲେ। ୨୦୦୪ରୁ ୨୦୧୭ ଦୀର୍ଘ ୧୩ ବର୍ଷ ବିତି ଯାଇଛି। ଅଭିଯୋଗ ହେଉଛି, ଏହି ୧୩ ବର୍ଷ ମଧ୍ୟରେ କେହି କେବେ ଜାଣିବାକୁ ଚାହିଁନାହାନ୍ତି କମଳା କେମିତି ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କମଳା ଓ ବିଜେଡିର ବରିଷ୍ଠ ନେତା ରବିନାରାୟଣ ନନ୍ଦଙ୍କ ଗାଁ ଗୋଟିଏ। ଏହି ୧୩ ବର୍ଷ ମଧ୍ୟରେ ରବିନାରାୟଣ ନନ୍ଦ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି। ହେଲେ ତାଙ୍କ ଗାଁର ବିଶ୍ୱ ବିଜୟୀ କମଳା ରାତିରେ ଶୋଇବା ଘରେ ତାରା ଦେଖି ଦେଖି ସମୟ ବିତାଉଛନ୍ତି।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି,“କମଳା ପୂଜାରୀ ଆମ ପାଇଁ ଗର୍ବ ଓ ଗୌରବ। ହେଲେ ତାଙ୍କ ପାଖରେ ରହିବାକୁ ଭଲ ଘର ଖଣ୍ଡେ ନାହିଁ। ଏ ସରକାର ତାଙ୍କୁ ଇନ୍ଦିରାଆବାସ ଖଣ୍ଡେ ଯୋଗାଇ ପାରିଲାନାହିଁ।”

ରବି ନନ୍ଦ କହିଛନ୍ତି,“କମଲାଙ୍କୁ ପ୍ରୋତ୍ସାହନ ମିଳିବା ନିହାତି ଆବଶ୍ୟକ। ଏଥିପାଇଁ ମୁଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ନିଶ୍ଚିତ ଜଣାଇବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story