କନ୍ଧମାଳ ଗୁଳିକାଣ୍ଡ ଘଟଣା ପ୍ରତିବାଦରେ କୋରାପୁଟ ବନ୍ଦ

କୋରାପୁଟ: କନ୍ଧମାଳ ଜିଲ୍ଲା ଗୁମୁଡ଼ୁମାହ ଗୁଳିକାଣ୍ଡ ଘଟଣା ପ୍ରତିବାଦରେ ଆଜି କୋରାପୁଟ  ଜନ ସୁରକ୍ଷା ସଂଘ ପକ୍ଷରୁ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା ଦିଆଯାଇଛି। ଫଳରେ ଘରୋଇ ବସ୍‌ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି।

କୋରାପୁଟ ସହର ସମେତ ସେମିଳିଗୁଡ଼ା, ପାଟାଙ୍ଗୀ ଓ ସୁଙ୍କି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସୁଙ୍କି ଓ ସେମିଳିଗୁଡ଼ାରେ ମାଲବାହୀ ଟ୍ରକ ରାସ୍ତାରେ ଅଟକି ରହିଛି। ବନ୍ଦକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।