ଫୁଲବାଣୀ (ତ୍ରିନାଥ ସାହୁ): ଖାକିରେ ଲାଗିଲା କଳଙ୍କ। କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍ଓ ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
ଘଟଣାଟି ଏମିତି। କନ୍ଧମାଳ ଜିଲ୍ଲା ପୁଲିସରେ କାର୍ଯ୍ୟରତ ଜଣେ ପିଏସ୍ଓ ପପୁ (ଛଦ୍ମନାମ) ନିଜ ଘର କାମରେ ଜଣେ ଯୁବତୀଙ୍କୁ ନିୟୋଜିତ କରିଥିଲେ। ତାଙ୍କ ଘରେ ରହଣୀ ସମୟରେ ପପୁ ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ଏପରିକି ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଯାହାଫଳରେ ଯୁବତୀ ଜଣକ ବର୍ତ୍ତମାନ ୩ରୁ ୪ ମାସର ଗର୍ଭବତୀ ରହିଛନ୍ତି।
ପୀଡ଼ିତାଙ୍କ ମାଆ ଆଜି ଏନେଇ ଖଜୁରୀପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି PSO ପପୁ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଏତଲାରେ ଦର୍ଶା ଯାଇଛି। ପୁଲିସ ଅଭିଯୋଗକୁ ଭିତ୍ତିକରି ପୀଡିତାର ଡାକ୍ତରୀ ମାଇନା କରିଛି। ଏଥିସହ ଅଭିଯୁକ୍ତ PSOକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟ ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା, ୨୦୨୫-୨୬ରେ ୮.୫% ହାରରେ ଅଭିବୃଦ୍ଧି ଲକ୍ଷ୍ୟ
ପ୍ରଥମଥର ପାଇଁ ରାଜ୍ୟର ଅର୍ଥନୀତିକ ସର୍ଭେ ରିପୋର୍ଟର କଭରପୃଷ୍ଠାରେ ‘ବିକଶିତ ଭାରତ’ର ସ୍ଲୋଗାନ ସ୍ଥାନ ପାଇଛି ।

Politics
କଂଗ୍ରେସକୁ କେଉଁମାନେ ଫେରିବେ?
ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ପଳାଇଛନ୍ତି, ସେମାନଙ୍କୁ ପୁଣି ଥର ଦଳକୁ ଫେରିବାକୁ ନିବେଦନ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ। ତେଣୁ ଏବେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଛାଡ଼ିଥିବା ନେତାଙ୍କ ଉପରେ।

Politics
ରୋକଠୋକ ପ୍ରଶ୍ନର ରୋକଠୋକ ଜବାବ ଦେଲେ ଟଙ୍କଧର
ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବା ଦରକାର କି ? କ’ଣ କହିଛନ୍ତି ଟଙ୍କଧର ତ୍ରିପାଠୀ?

Politics
୪ ବର୍ଷ ବିତିଲା, ଓଡ଼ିଶାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ‘ଇ-ବିଧାନସଭା’: ସାର୍ବଜନୀନ ହେଉନି ପ୍ରଶ୍ନୋତ୍ତର
୧୩ ତାରିଖରୁ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆସନ୍ତା ସୋମବାର ବାର୍ଷିକ ବଜେଟ୍ ଉପସ୍ଥାପନ ହେବ ।

Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।