କନ୍ଧମାଳ: ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ ଦାବି

କନ୍ଧମାଳ: ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ତରଫରୁ ରାଜ୍ୟରେ ଦୃଢ଼ ଖାଦ୍ୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବା, ସମସ୍ତ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା, ସବୁ ପରିବାରକୁ ପାଇଖାନା ଯୋଗାଇଦେବା ଭଳି ୧୦ ଦଫା ଦାବି କରାଯାଇଛି । ମଞ୍ଚ ସଦସ୍ୟମାନେ ଫୁଲବାଣୀ ଏଫସିଆଇ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।