ବାଲିଗୁଡ଼ା: ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲାର ମେଲିସା ନାୟକ। ମେଲିସାଙ୍କ ଘର ହେଉଛି ରାଇକିଆ ବ୍ଲକର ଗୁନ୍ଧାଣି ଗାଁରେ। ବର୍ତ୍ତମାନ ସେ ବ୍ରହ୍ମପୁର ଖଲିକୋଟ କଲେଜରେ ବିଏସସି କମ୍ପ୍ୟୁଟର ସାଇନ୍ସ ଦ୍ଵିତୀୟ ବର୍ଷରେ ପାଠ ପଢୁଛନ୍ତି।
ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ମିସ ଟିନ୍ ଡିଭା ୨୦୨୦ ପ୍ରତିଯୋଗିତାରେ ଓଡ଼ିଶାରୁ ସେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ଆଗକୁ ବଢ଼ିବାକୁ ହେଲେ ମେଲିସାକୁ ଏବେ ଅର୍ଥର ଆବଶ୍ୟକତା ଅଛି। ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଯୋଗୁ ସେ ଆଗକୁ ବଢି ପାରିବେ କି ନାହିଁ। ଯାହାକୁ ନେଇ ସେ ନେଇ ଚିନ୍ତିତ ଅଛନ୍ତି।
ଏ ନେଇ ମେଲିସା କହିଛନ୍ତି, ମୁଁ ସାଙ୍ଗଙ୍କଠାରୁ ମିସ ଟିନ୍ ଡିଭା ୨୦୨୦ ପ୍ରତିଯୋଗିତା ସମ୍ବନ୍ଧରେ ଜାଣିବାକୁ ପାଇଥିଲି। ଏଥିପାଇଁ ଆବେଦନ କରିଥିଲି ଏବଂ ସିଲେକ୍ଟ ହେବା ପରେ ମୋ ପାଖକୁ ଏ ମେଲ୍ ଆସିଥିଲା। ଏଭଳି ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି। କନ୍ଧମାଳରୁ ପ୍ରଥମଥର ଲାଗି ମୁଁ ଏହି ସୁଯୋଗ ପାଇଛି। ଏଥିପାଇଁ ମୁଁ ମାନସିକ ଭାବେ ପ୍ରସ୍ତୁତ ମଧ୍ୟ ଅଛି। କିନ୍ତୁ ଗୋଟିଏ କାରଣ ପାଇଁ ମୁଁ ଆଗକୁ ବଢ଼ିପାରୁନି। ତାହା ହେଉଛି ଆର୍ଥିକ। ଯେହେତୁ ମୋ ପାଇଁ ଏହା ବଡ଼ ସୁଯୋଗ, ତେଣୁ ଏଥିପାଇଁ ସରକାରଙ୍କ ସହାୟତାର ଆବଶ୍ୟକତା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।