କାନ୍ଧରେ ଶବ ବୁହା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ଜେ.ପି. ନଡ୍ଡା

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସ୍ୱାମୀ କାନ୍ଧରେ ସ୍ତ୍ରୀର ଶବ ବୋହିବା ଘଟଣାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଏହା ଏକ ଗଭୀର ବିଷୟ, ଏମିତି ଘଟଣା ଘଟିବା ଅନୁଚିତ। ଏହାଉପରେ ରାଜ୍ୟ ସରକାର ଧ୍ୟାନ ଦେବା ଦରକାର। ଏମିତି ଘଟଣା ଘଟୁଛିମାନେ କେଉଁଠି ନା କେଉଁଠି ପ୍ରଶାସନର ଭୁଲ୍‌ ରହିଛି।”

ଏନ୍‌ଏଚ୍‌ଏମ୍‌ ବା ନ୍ୟାସନାଲ୍‌ ହେଲଥ୍‌ ମିଶନ ଜରିଆରେ  ଓଡ଼ିଶାକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।