ଜିଲ୍ଲା ମାନ୍ୟତା ଦାବି: କାଲି କଣ୍ଟାବାଞ୍ଜିରେ ୧୨ ଘଣ୍ଟିଆ ବନ୍ଦ, ବଣାଇରେ ଆନ୍ଦୋଳନ ପାଇଁ ସଜବାଜ

କଣ୍ଟାବାଞ୍ଜି/ବଣାଇ (ଅନ୍ତିମ/ରଞ୍ଜିତ): ପଦ୍ମପୁର ଉପଖଣ୍ଡକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଏହା ପରେ ଓଡ଼ିଶାରେ ଅନ୍ୟ ସ୍ଥାନରେ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଓ ପ୍ରତିବାଦ ଚାଲିଛି। ଏଥିରେ ଯୋଡ଼ି ହୋଇଯାଇଛି କଣ୍ଟାବାଞ୍ଜି ଓ ବଣାଇ। ଜିଲ୍ଲା ମାନ୍ୟତା ଦାବିରେ ଗୁରୁବାର କଣ୍ଟାବାଞ୍ଜି ସଂଘର୍ଷ ସମିତି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ବଣାଇରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି। କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି କରିଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ […]

Kantabanji

Kantabanji

Manoranjan Sial
  • Published: Wednesday, 23 November 2022
  • Updated: 23 November 2022, 04:19 PM IST

Sports

Latest News

କଣ୍ଟାବାଞ୍ଜି/ବଣାଇ (ଅନ୍ତିମ/ରଞ୍ଜିତ): ପଦ୍ମପୁର ଉପଖଣ୍ଡକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଛନ୍ତି। ଏହା ପରେ ଓଡ଼ିଶାରେ ଅନ୍ୟ ସ୍ଥାନରେ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ଓ ପ୍ରତିବାଦ ଚାଲିଛି। ଏଥିରେ ଯୋଡ଼ି ହୋଇଯାଇଛି କଣ୍ଟାବାଞ୍ଜି ଓ ବଣାଇ। ଜିଲ୍ଲା ମାନ୍ୟତା ଦାବିରେ ଗୁରୁବାର କଣ୍ଟାବାଞ୍ଜି ସଂଘର୍ଷ ସମିତି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ବେଳେ ବଣାଇରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି।

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି କରିଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି। ସେଥିପାଇଁ ଆସନ୍ତାକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସମିତି। ଏହି ବନ୍ଦ ନେଇ ସୂଚନା ଦେଇଛନ୍ତି ସଂଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ। ଏହି ବନ୍ଦ ଡାକରାକୁ ସହରର ସମସ୍ତ ସଂଗଠନ ସହଯୋଗ କରୁଥିଛନ୍ତି।

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ୨୦୧୮-୨୦୧୯ ମସିହାରେ ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ୧୨୦ ଦିନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଘୋଷଣା ହୋଇପାରି ନାହିଁ। ପୁଣି ଥରେ ଜିଲ୍ଲା ଦାବି ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। କଣ୍ଟାବାଞ୍ଜିକୁ ଜିଲ୍ଲା ଦାବି କରିଛନ୍ତି ଜିଲ୍ଲା ସଂଘର୍ଷ ସମିତି। ଆନ୍ଦୋଳନକୁ ଜୋରଦାର କରିବାକୁ ପ୍ରସ୍ତୁତ ହେଲେଣି ସହରବାସୀ। ଆସନ୍ତାକାଲି କଣ୍ଟାବାଞ୍ଜି ସହର ତଥା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକ୍‌ ସମ୍ପୂର୍ଣ୍ଣ ୧୨ ଘଣ୍ଟିଆ ବନ୍ଦକୁ ସମର୍ଥନ କରିବାକୁ ଅଣ୍ଟା ଭିଡ଼ିଲେଣି ସହରର ସବୁ ସଂଗଠନ।

ସମାନ ଚିତ୍ର ଆସିଛି ସୁନ୍ଦରଗଡ଼ ଜିଲ୍ଲାରୁ। ଏହି ଜିଲ୍ଲାର ବଣାଇ ଉପଖଣ୍ଡକୁ ତୁରନ୍ତ ଜିଲ୍ଲା ମାନ୍ୟତା କରିବାକୁ ଦାବି ଉଠିଛି। ସ୍ଥାନୀୟ କେନ୍ଦ୍ରିକଳା ସରପଞ୍ଚ ଉଗ୍ରେସନ୍‌ କିସାନଙ୍କ ଆହ୍ୱାନ କ୍ରମେ ବଣେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜା ଧରଣିଧର ବହୁମୁଖୀ ଖେଳ ପଡ଼ିଆରେ ଏକ ସଭା ହୋଇଯାଇଛି। ଏହି ସଭାରେ ବଣାଇ ରାଜା ସାହେବ ବୀର କିଶୋର ଇନ୍ଦ୍ରଦେଓ ଦେବ, ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭେନ୍ଦୁ ମଲ୍ଲିକ, ବଣାଇ ବିଧାୟକଙ୍କ ପ୍ରତିନିଧି ଅନିରୁଦ୍ଧ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ବଣାଇ ଉପଖଣ୍ଡର ୪ଟି ବ୍ଲକର ଶତାଧିକ ଲୋକ, ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ଜନ ସାଧାରଣ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ।

ବଣାଇକୁ ଯଥାଶୀଘ୍ର ଜିଲ୍ଲା ମାନ୍ୟତା ଦେବାକୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୁନ୍ଦରଗଡ ଜିଲ୍ଲାପାଳ ଓ ବଣାଇ ଉପ-ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ସର୍ବ ସମ୍ମତି କ୍ରମେ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ବଣାଇକୁ ଜିଲ୍ଲା ମାନ୍ୟତା ଦେବାକୁ ଦାବି ହୋଇଥିଲା। ବଣାଇ ଉପଖଣ୍ଡର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୀର୍ଘଦିନରୁ ଏହି ଦାବି ହୋଇ ଆସୁଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଦାବି ପୂରଣ ନହେଲେ ଆଗକୁ ପରିସ୍ଥିତି ଆହୁରି ତୀବ୍ର ହେବ ବୋଲି କ୍ରିୟାନୁଷ୍ଠାନ କମିଟି ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story