କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ୩୫ତମ ଶ୍ରାଦ୍ଧବାର୍ଷିକି ଅନୁଷ୍ଠିତ

ଭୁବନେଶ୍ୱର:  ‍ପ୍ରଖ୍ୟାତ ବଲିଉଡ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ୩୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଭୁବନେଶ୍ୱର ଜୟଦେବ ଭବନରେ ରଫି ନାଇଟ୍ ଆୟୋଜିତ ହୋଇଯାଇଛି । ସାଂସ୍କୃତିକ ଅନୁଷ୍ଠାନ ଗୀତତରଙ୍ଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ମନୋଜ ଦାସ, ଛନ୍ଦା ମିଶ୍ର, ରାଜ କୁମାର, ବରଦା ପଟ୍ଟନାୟକ, ପୁଷ୍ପାଂଜଳିଙ୍କ  ଭଳି କଣ୍ଠଶିଳ୍ପୀ ମାନେ ରଫିଙ୍କର  ବିଭିନ୍ନ ଲୋକପ୍ରୀୟ ଗୀତ ପରିବେଷଣ କରିଥିଲେ।