କେନ୍ଦ୍ରାପଡା: ଖରସ୍ରୋତା ଓ ଏହାର ଶାଖା କାଣି ନଦୀରେ ବନ୍ୟା ଆସିବାରୁ କେନ୍ଦ୍ରାପଡ଼ା ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାର ବ୍ଲକର ବିଭିନ୍ନ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏହି ତିନିଟି ବ୍ଲକର ପ୍ରାୟ ୪୦ ହଜାରରୁ ଅଧିକ ଲୋକ ବନ୍ୟା ଘେରରେ ରହିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗା ଓ ମାଳିମି ପଞ୍ଚାୟତ ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି।
ବନ୍ୟା ଘେରରେ ରହିଥିବା ଲୋକଙ୍କ ପାଇଁ ଡଙ୍ଗା ହିଁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ପାଲଟିଛି। ଏସବୁ ଅଞ୍ଚଳକୁ ଡଙ୍ଗାର ଆବଶ୍ୟକତା ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଡଙ୍ଗା ପହଞ୍ଚିନଥିବା ଅଭିଯୋଗ ହୋଇଛି। ତେଣୁ ଲୋକେ ଘରୋଇ ଡଙ୍ଗାରେ ଉପରେ ନିର୍ଭର କରୁଛନ୍ତି। ସେହିଭଳି ୩ ଦିନ ଧରି ପାଣିଘେରରେ ରହିଥିବା ଲୋକଙ୍କ ପାଖକୁ ରିଲିଫ୍ ତଥା ଖାଦ୍ୟ ସାମଗ୍ରୀ ପହଞ୍ଚି ପାରି ନାହିଁ। ସେପଟେ ବନ୍ୟାର ମୁକାବିଲା ପାଇଁ ଖାଦ୍ୟ ସାମଗ୍ରୀ ମହଜୁଦ ଥିବା ବେଳେ ପ୍ରଭାବିତ ଅଞ୍ଚଳକୁ ତୁରନ୍ତ ଡଙ୍ଗା ଯୋଗାଇ ଦେବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଭିନ୍ନକ୍ଷମଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ: ଜିଲ୍ଲାପାଳଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଅନୁମତି
ଏବେ ପ୍ରଚଳିତ ନିୟମ ଅନୁସାରେ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ ଉପକରଣ କ୍ରୟ ନିମନ୍ତେ ଜିଲ୍ଲାଗୁଡ଼ିକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁମୋଦନ ନେବାକୁ ପଡ଼ିଥାଏ ।
Education
OSSTET-୨୦୨୪ ପାଇଁ ବିଏସ୍ଇ ୱେବସାଇଟ୍ରେ ଉପଲବ୍ଧ ହେଲା ଆଡ୍ମିଟ୍ କାର୍ଡ
ମୋଟ ୫୦,୫୮୭ ଜଣ ଏହି ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୪୭,୨୦୬ ଜଣ ପ୍ରଥମ ପେପର ଓ ୩୩୮୧ ଜଣ ଦ୍ୱିତୀୟ ପେପର ପରୀକ୍ଷା ଦେବେ।
Miscellaneous
ସଶକ୍ତ ହେବେ ଗ୍ରାମୀଣ କାରିଗର: ୟଙ୍ଗ ଇଣ୍ଡିଆନସ୍ ଭୁବନେଶ୍ୱର
ପ୍ରତ୍ୟେକ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ଏବଂ ଜୀବିକା ନିର୍ବାହ ପାଇଁ ଏହି ସୁଯୋଗ ଏକ ପ୍ଲାଟଫର୍ମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।