କେନ୍ଦ୍ରାପଡ଼ା ସାଂସଦଙ୍କ ଆଞ୍ଚଳିକ ପାଣ୍ଠିରୁ କିଣାହେଲା ମହାପ୍ରୟାଣ ଗାଡ଼ି

କେନ୍ଦ୍ରାପଡ଼ା: ମୁଖ୍ୟ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ିର ଶୁଭାରମ୍ଭ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା। ସାଂସଦ ଆଞ୍ଚଳିକ ପାଣ୍ଠିରୁ ୮ ଲକ୍ଷ ଟଙ୍କା ବ୍ୟୟରେ ବୈଜୟନ୍ତ ଏହି  ମହାପ୍ରୟାଣ ଗାଡ଼ିକୁ ପ୍ରଦାନ କରିଛନ୍ତି। ଏହାପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏହି ଗାଡ଼ିକୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ପଠାଇଛନ୍ତି।

ପୂର୍ବରୁ କେନ୍ଦ୍ରାପଡ଼ା ଜିଲାରେ ଗୋଟିଏ ମହାପ୍ରୟାଣ ଗାଡ଼ି ଥିଲା। ଏବେ କିନ୍ତୁ ଜିଲ୍ଲାରେ ୨ଟି ମହାପ୍ରୟାଣ ଗାଡ଼ି ଲୋକଙ୍କୁ ସେବା ଯୋଗାଇବ।