ଜଳିଗଲା କେନ୍ଦୁପତ୍ର ଗୋଦାମ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଦେଓବନ୍ଦ ସ୍ଥିତ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଗୋଦାମ ପୋଡ଼ି ଯାଇଛି। ଏଥିରେ କେତେ କେନ୍ଦୁପତ୍ର ପୋଡ଼ିଛି, ବନ ବିଭାଗ ପକ୍ଷରୁ ତା’ର ଆକଳନ କରାଯାଇନି। ଏପରିକି ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି। ଗତକାଲି ରାତି ୨ରୁ ୩ ଟା ମଧ୍ୟରେ ୧୫ ରୁ ୨୦ ଜଣ ସଶସ୍ତ୍ର ଦୁର୍ବୁତ୍ତ ଆସି କେନ୍ଦୁପତ୍ର ଗୋଦାମରେ ରହୁଥିବା କର୍ମଚାରୀଙ୍କୁ ଡାକିଥିଲେ। କବାଟ ଖୋଲିବା କ୍ଷଣି ସେମାନେ ମାରଣାସ୍ତ୍ର […]

gandu

gandu

Manoranjan Sial
  • Published: Friday, 31 May 2019
  • Updated: 31 May 2019, 04:57 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ ଦେଓବନ୍ଦ ସ୍ଥିତ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଗୋଦାମ ପୋଡ଼ି ଯାଇଛି। ଏଥିରେ କେତେ କେନ୍ଦୁପତ୍ର ପୋଡ଼ିଛି, ବନ ବିଭାଗ ପକ୍ଷରୁ ତା’ର ଆକଳନ କରାଯାଇନି। ଏପରିକି ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି।

ଗତକାଲି ରାତି ୨ରୁ ୩ ଟା ମଧ୍ୟରେ ୧୫ ରୁ ୨୦ ଜଣ ସଶସ୍ତ୍ର ଦୁର୍ବୁତ୍ତ ଆସି କେନ୍ଦୁପତ୍ର ଗୋଦାମରେ ରହୁଥିବା କର୍ମଚାରୀଙ୍କୁ ଡାକିଥିଲେ। କବାଟ ଖୋଲିବା କ୍ଷଣି ସେମାନେ ମାରଣାସ୍ତ୍ର ଦେଖି କେନ୍ଦୁପତ୍ର କେଉଁଠି ଅଛି ବୋଲି ପଚାରିଥିଲେ। ପରେ ସମସ୍ତ କର୍ମଚାରୀଙ୍କୁ ବାହାରେ ବସାଇ ଗୋଦାମରେ ନିଆଁ ଲଗାଇ ଦେଇଥିଲେ।

ଏ ଘଟଣା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ୍‌ର ଖୋଳତାଡ଼ ଜାରି ରହିଛି। ଏଥିରେ ନକ୍ସଲଙ୍କ ହାତ ଥାଇପାରେ ବୋଲି ଉମରକୋଟ ଏସ୍‌ଡିପିଓ ହେମନ୍ତ କୁମାର ପାଢ଼ୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos