ଗଛକୁ ପିଟି ଓଲଟିଲା ବସ୍‌, ୧୪ ଆହତ

କେନ୍ଦୁଝର: ଆଜି ଭୋର୍ ପ୍ରାୟ ସାଢ଼େ ଚାରିଟା ବେଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ ନିକଟରେ ଏକ ଘରୋଇ ବସ୍ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୯ ଜଣଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ଆଉ ଦୁଇ ଜଣ ଚମ୍ପୁଆ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି।

‘ଦିଲ୍‌ଦାର’ ନାମକ ଏହି ବସ୍‌ଟି ଭୁବନେଶ୍ୱରରୁ ରାଞ୍ଚି ଅଭିମୁଖେ ଯାଉଥିଲା। ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି।