କେରଳ ଉପକୂଳ ଛୁଇଁଲା ମୌସୁମୀ ବାୟୁ, ଓଡିଶାରେ ବଦଳୁଛି ପାଗ

ନୂଆଦିଲ୍ଲୀ:କେରଳ ଛୁଁଇଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ସୂଚନା ଦେଇଛି। ଏହାର ପ୍ରଭାବରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ରାତିରୁ କେରଳରେ ବର୍ଷା ହେଉଛି। ଗତ ୪୮ ଘଣ୍ଟା ମଧ୍ୟରେ ସେଠାରେ ସାମଗ୍ରୀକ ଭାବେ ୨.୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନିର୍ଦ୍ଧାରିତ ସମୟର ୪ ଦିନ ବିଳମ୍ୱରେ ଏବର୍ଷ ମୌସୁମୀ ବାୟୁ କେରଳ ଛୁଇଁଛି। ସ୍ଥିତି ଅନୁକୂଳ ଥିବାରୁ ଆସନ୍ତା ୪୮ ଘଣ୍ଟା […]

rain_kerala

rain_kerala

Rakesh Mallick
  • Published: Friday, 05 June 2015
  • Updated: 05 June 2015, 08:42 AM IST

Sports

Latest News

ନୂଆଦିଲ୍ଲୀ:କେରଳ ଛୁଁଇଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ସୂଚନା ଦେଇଛି। ଏହାର ପ୍ରଭାବରେ କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଗତକାଲି ରାତିରୁ କେରଳରେ ବର୍ଷା ହେଉଛି। ଗତ ୪୮ ଘଣ୍ଟା ମଧ୍ୟରେ ସେଠାରେ ସାମଗ୍ରୀକ ଭାବେ ୨.୫ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ନିର୍ଦ୍ଧାରିତ ସମୟର ୪ ଦିନ ବିଳମ୍ୱରେ ଏବର୍ଷ ମୌସୁମୀ ବାୟୁ କେରଳ ଛୁଇଁଛି। ସ୍ଥିତି ଅନୁକୂଳ ଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ତାମିଲନାଡୁ, କର୍ଣ୍ଣାଟକ ପହଞ୍ଚିବ। ଏହାର ୪୮ ଘଣ୍ଟା ମଧ୍ୟରେ ରୟାଲସୀମା ଓ ଉପକୂଳ ଆନ୍ଧ୍ର ପ୍ରଦେଶରେ ପହଞ୍ଚିବା ନେଇ ଆଇଏମଡି ପୂର୍ବାନୁମାନ କରିଛି। ସେପଟେ ଆଜି ଓଡିଶାରେ ମଧ୍ୟ ପାଗ ବଦଳିଛି। ଏକ ସାଇକ୍ଲୋନିକ ସକୁର୍ଲେସନ ରହିଥିବାରୁ ତାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତା’ସହ ଗତ ଦୁଇରୁ ତିନି ଦିନ ହେଲା ଉତ୍ତପ୍ତ ସହର ଭାବେ ଗଣାଯାଉଥିବା ଭୁବନେଶ୍ୱରରେ ତାପମାତ୍ରା ହ୍ରାସ ପାଇଛି ଓ ଆକାଶ ମେଘାଛନ୍ନ ରହିଛି। କିଛି ସ୍ଥାନରେ ବର୍ଷା ହେଉଥିବାର ମଧ୍ୟ ସୂଚନା ମିଳିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos