ଖାଦ୍ୟ ନିରାପତ୍ତା ଆଇନ: ମାସେ ମଧ୍ୟରେ ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଏକମାସ ମଧ୍ୟରେ ରାଜ୍ୟରେ ଖାଦ୍ୟ ନିରାପତ୍ତା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ପରିବାରର ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଯୋଗ୍ୟ ପରିବାର ଖାଦ୍ୟ ନିରାପତ୍ତା ଆଇନରେ ସାମିଲ ହୋଇ ନାହାନ୍ତି, ସେମାନଙ୍କୁ ତୁରନ୍ତ ସାମିଲ କରିବା ସହ ଅଯୋଗ୍ୟ ପରିବାରକୁ ତାଲିକାରୁ ବାଦ୍ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲାପାଳ ଓ ଏସପିଙ୍କ ସହିତ ଏନେଇ ଆଲୋଚନା […]

odisha

odisha

Rakesh Mallick
  • Published: Thursday, 30 July 2015
  • Updated: 30 July 2015, 03:26 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ଏକମାସ ମଧ୍ୟରେ ରାଜ୍ୟରେ ଖାଦ୍ୟ ନିରାପତ୍ତା ଆଇନରେ ଅନ୍ତର୍ଭୁକ୍ତ ସମସ୍ତ ପରିବାରର ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଯୋଗ୍ୟ ପରିବାର ଖାଦ୍ୟ ନିରାପତ୍ତା ଆଇନରେ ସାମିଲ ହୋଇ ନାହାନ୍ତି, ସେମାନଙ୍କୁ ତୁରନ୍ତ ସାମିଲ କରିବା ସହ ଅଯୋଗ୍ୟ ପରିବାରକୁ ତାଲିକାରୁ ବାଦ୍ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲାପାଳ ଓ ଏସପିଙ୍କ ସହିତ ଏନେଇ ଆଲୋଚନା କରିଥିଲେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୯ଲକ୍ଷ ହିତାଧିକାରୀ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏହି ଭିଡ଼ିଓ କନ୍ଫରେନ୍ସିଂ ସମୟରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos