ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଇଲେକ୍ଟୋରେଟ୍‌ର ରେଡକ୍ରସ ପ୍ରକୋଷ୍ଠ ଏବଂ ଜରୁରୀକାଳିନ ସେକ୍ସନରେ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୫ଟି କମ୍ପ୍ୟୁଟର, ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଆସବାବପତ୍ର ପୋଡି ଯାଇଛି। ଅଗ୍ନିକାଣ୍ଡର କାରଣ ଜରାପଡିନାହିଁ। ତେବେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବା ପାଇଁ ଦୁଇଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।