ବନ୍ଦ ହେବ ଭୁତ ସ୍କୁଲ? ୧୦ରୁ କମ୍‌ ପିଲା ଥିଲେ ପଡ଼ିବ ତାଲା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଯେଉଁ ସ୍କୁଲ ଗୁଡ଼ିକରେ ୧୦ରୁ କମ୍ ଉପସ୍ଥାନ ରହିଥିବ ବନ୍ଦ ହେବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ପରେ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ରେ ଦୁଇଟି ସ୍କୁଲ ବନ୍ଦ ହୋଇଯାଇଛି। ସେଥିରୁ ଗୋଟିଏ ହେଉଛି କିଶୋରଚନ୍ଦ୍ରପଲ୍ଲୀ ପ୍ରାଥମିକ ସ୍କୁଲ। ଏହି ସ୍କୁଲ ବନ୍ଦ ହେବା ପରେ ୮ଜଣ ପିଲାଙ୍କୁ ୧ କିଲୋମିଟର ଦୂର ଭାଲିଆପଲ୍ଲୀ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏତେ ରାସ୍ତା ଅତିକ୍ରମ କରି ଛାତ୍ରଛାତ୍ରୀମାନେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

କିଶୋରଚନ୍ଦ୍ରପଲ୍ଲୀ ପ୍ରାଥମିକ ସ୍କୁଲ ବନ୍ଦ ହେବା ପରେ ଗଛଲତାରେ ଭର୍ତ୍ତି ହୋଇ ଜଙ୍ଗଲ ଭଳି ଦିଶୁଛି ସ୍କୁଲ ପ୍ରାଙ୍ଗଣ। ସ୍କୁଲ୍ ପରିସର ଭୂତକୋଠୀରେ ପରିଣତ ହୋଇଯାଇଛି। ସବୁ ଶ୍ରେଣୀଗୃହରେ ତାଲା ଝୁଲୁଛି। ଉକ୍ତ ସ୍କୁଲରେ ପଢ଼ୁଥିବା ୮ଜଣ ପିଲାଙ୍କୁ ପ୍ରାୟ ୧ କିଲୋମିଟର ଦୂର ଭାଲିଆପଲ୍ଲୀ ସ୍କୁଲକୁ ଯିବା ପାଇଁ କୁହାଯାଇଛି।

ଭାଲିଆପଲ୍ଲୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧୋବା ବେହେରା କହିଛନ୍ତି-“କିଶୋରଚନ୍ଦ୍ରପଲ୍ଲୀ ପ୍ରାଥମିକ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ସରକାରଙ୍କ ସମସ୍ତ ନିୟମ ପାଳନ କରାଯାଉଛି।”

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’