ଚିଲିବା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟ ଚିଲିବା ଜଙ୍ଗଲରୁ ମାଓବାଦୀଙ୍କ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି। ସେମାନଙ୍କ ଠାରୁ ୨ଟି ଏସ୍‌ଏଲ୍‌ଆର୍‌ ବନ୍ଧୁକ, ୯ଟି ଡିଟୋନେଟର ଓ ୮୦ ମିଟର ତାର ଜବତ କରାଯାଇଛି  ବିଏସ୍‌ଏଫ ପକ୍ଷରୁ ଅପରେସନ କରାଯାଇ ଏହିସବୁ ସାମଗ୍ରୀ ଜବତ କରାଯାଇଛି।