କୋରାପୁଟ: ମାଓବାଦୀଙ୍କ ବନ୍ଧୁକ କାରଖାନା ଠାବ, ୫ ଦେଶୀ ବନ୍ଧୁକ ଜବତ

armry-seized-form-maocampକୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ରାଲେଗାଡ଼ା ଅଞ୍ଚଳରେ କମ୍ୱିଂ ଅପରେସନ୍ ବେଳେ ମାଓବାଦୀଙ୍କ ଦ୍ୱାରା ଚାଲିଥିବା ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି। ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଚାଲିଥିବା ଏହି ବନ୍ଧୁକ କାରଖାନାରୁ ବିପୁଳ ପରିମାଣର ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ସଂରଜାମ ଜବତ ହୋଇଛି। ତେବେ ମାଓବାଦୀମାନ ଘଟଣାସ୍ଥଳରୁ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ। ରାଲେଗାଡ଼ା ପଞ୍ଚାୟତର ସିରିବାଲ୍ସା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ବନ୍ଧୁକ କାରଖାନା ଚାଲିଥିବା ଖବର ପାଇଁ ଗତକାଲି ବିଏସ୍ଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ୍ କରାଯାଇଥିଲା।