କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁରଠାରେ ଥିବା ଐତିହାସିକ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଦା ମୂରତୀଙ୍କ ପାତାଳିକରଣ, ପ୍ରତିଷ୍ଠା ଉତ୍ସବ ସହ ନନ୍ଦପୁର ଜଗନ୍ନାଥ ମନ୍ଦିର ନିକଟରେ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ମଙ୍ଗଳବାର ଯଜ୍ଞର ପୂର୍ଣ୍ଣାହୁତି ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଆଠଗଡର ମହାରାଜା ଦୁର୍ଗାଶଙ୍କର ପ୍ରସାଦ ଏବଂ ରାଣୀ ଅଚ୍ଚୟନା ଦେବୀ ଯୋଗଦେଇ ପୂର୍ଣ୍ଣାହୁତି ଦେଇଥିଲେ । ପ୍ରଥମ ଥର ପାଇଁ ଏଠାରେ ନବକଳେବର ହେଉଛି । ନବକଳେବର କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, ବିଡିଓ ରାମେଶ୍ୱର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରାୟ ୧୪୫୦ ଖ୍ରୀଷ୍ଟାଦ୍ଦ ସମୟରୁ ରଜା ରାଜୁଡା ଅମଳରୁ ଏଠାରେ ତିନିଠାକୁର ପୂଜା ପାଇଆସୁଛନ୍ତି । ଦୀର୍ଘ ୫୬୫ ବର୍ଷ ପରେ ଏଠାରେ ନବକଳେବର ଅନୁଷ୍ଠିତ ହେଉଥିବା ନବକଳେବର କମିଟି ସଦସ୍ୟମାନେ ପ୍ରକାଶ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣା; ୩ କ୍ଷେତ୍ର ବନ କର୍ମଚାରୀ ସସପେଣ୍ଡ
ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।
Accident
ଗଛରେ ପିଟିହେଲା କାର୍; ଡ୍ରାଇଭର ଗୁରୁତର
ରାତିସାରା ଆଦିତ୍ୟ ଗୁରୁତର ଅବସ୍ଥାରେ କାର୍ ଭିତରେ ପଡ଼ି ରହିଥିଲେ।
Accident
ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍, ଲାଗିଗଲା ନିଆଁ
ରାସ୍ତା କଡ଼କୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛି।
Politics
ଆମ୍ବ ଟାକୁଆ ମୃତ୍ୟୁ: ପୁଣି ବିଜେଡି-ବିଜେପି ମୁହାଁମୁହିଁ, ଆରଡିସି ତଦନ୍ତ ରିପୋର୍ଟକୁ ଅପେକ୍ଷା
ଆମ୍ବ ଟାକୁଆ ଖାଇ କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଥିବା ଦାରିଙ୍ଗିବାଡ଼ି ବ୍ଲକର ମାଣ୍ଡିପଙ୍କା ଗାଁର ଜିତା ମାଝୀଙ୍କର ଆଜି ମୃତ୍ୟୁ ହେବାପରେ ରାଜନୀତି ସରଗରମ ହୋଇଛି ।
Miscellaneous
୨୩ରେ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ, ଅତିରିକ୍ତ ଚିଠା ବଜେଟକୁ ମିଳିବ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୬ତାରିଖରେ ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ।